May 19, 2024

୨୬ ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି ସୈଫ୍‍ ଅଲ୍ଳୀ ଖାନଙ୍କ ଚଳଚ୍ଚିତ୍ର ବାଜାର

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୧୪/୯) : ଦୀର୍ଘଦିନ ଧରି ମୁକ୍ତିଲାଭକୁ ଅପେକ୍ଷା କରିଥିବା ସୈଫ୍‍ ଅଲ୍ଳୀ ଖାନଙ୍କ ଚଳଚ୍ଚିତ୍ର ‘ବାଜାର’ ର ରିଲିଜ୍‍ ତାରିଖ ସାମ୍ନାକୁ ଆସିଛି। ଖବର ଅନୁସାରେ, ଏହି ଚଳଚ୍ଚିତ୍ର ୨୬ ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି।
ଚଳିତ ଦିନରେ ସୈଫ୍‍ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ହଣ୍ଟର୍‍’ ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସୂଚାନା ଅନୁଯାୟୀ, ସୈଫ୍‍ଙ୍କ ଏହି ଚଳଚ୍ଚିତ୍ର ‘ବାଜାର’ର ପ୍ରସ୍ତୁତି ବହୁତ ଦିନ ହେବ ସରି ଯାଇଥିଲେ ମଧ୍ୟ ରିଲିଜ୍‍ ତାରିଖ ଧାର୍ଯ୍ୟ ହୋଇ ପାରିନଥିଲା। ଚଳଚ୍ଚିତ୍ର ନିର୍ମାତା ନିଖିଲ ଆଡ଼୍‍ଭାନି ଗୁରୁବାର ରାତିରେ ସାମାଜିକ ଗଣମାଧ୍ୟମ ଜରିଆରେ ଚଳଚ୍ଚିତ୍ରର ରିଲିଜ୍‍ ତାରିଖ ଘୋଷଣା କରିଛନ୍ତି। କିଛି ମାସ ପୂର୍ବରୁ ଚଳଚ୍ଚିତ୍ର ନିର୍ମାତା ଏହାର ପୋଷ୍ଟର ରିଲିଜ୍‍ କରିଥିଲେ। ଏହି ଚଳଚ୍ଚିତ୍ରରେ ଗୌରବ ଚାୱଲା ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ସୈଫ୍‍ଙ୍କ ଛଡ଼ା ରୋହନ ମେହେରାଙ୍କୁ ଦେଖିବାକୁ ମିଳିବ, ଯିଏ କି ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼୍‍ରେ ପ୍ରଥମ ଥର ପାଇଁ ପାଦ ଥାପିଛନ୍ତି। ଏଥିସହିତ ଚିତ୍ରାଙ୍ଗଦା ସିଂହ ଓ ରାଧୀକା ଆପ୍ଟେ ମଧ୍ୟ ଏହି ଚଳଚ୍ଚିତ୍ରରେ ନଜର ଆସିବେ। ଏହି ଚଳଚ୍ଚିତ୍ରର କାହାଣୀ ନିଖିଲ ପରୱେଜ୍‍ ଶେଖ୍‍ ଓ ଅସୀମା ଅରୋରା ଲେଖିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.