ମନୋରଞ୍ଜନ

ଗୁରୁବାର ରିଲିଜ୍‌ ହୋଇଛି ନୀଳମାଧବ ପଣ୍ଡାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ହାଲ୍‌କା

ଆଓରି-ଭୁବନେଶ୍ଵର(୭/୯) : ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ଓ ପ୍ରଶଂସା ସାଉଣ୍ଟିଥିବା ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ହାଲ୍‌କା’ ଗୁରୁବାର ରିଲିଜ୍‌ ହୋଇଛି। ଭୁବନେଶ୍ୱରର ମହାରାଜା ହଲ୍‌ରେ ଫିଲ୍ମର ପ୍ରିମିୟର ତଥା ସ୍ପେଶାଲ ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ଏଥିରେ ଫିଲ୍ମ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ସହ କଳାକାର, ଟେକ୍ନିସିଆନ, ପ୍ରଯୋଜକ ଅକ୍ଷୟ ପରିଜା, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଭୁବନେଶ୍ୱର ସ୍ମାର୍ଟ ସିଟି ସିଇଓ ଆର୍‌. ଭିନିଲ୍‌ କ୍ରୀଷ୍ଣା, ଓପେପାର ସ୍ପେଶାଲ ଡାଇରେକ୍ଟର ଶାଲିନି ପଣ୍ଡିତ ପ୍ରମୁଖ ଯୋଗଦେଇଥିଲେ। ଏକ ଭିନ୍ନସ୍ବାଦର କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ରହିଛି ଜଣେ ୮ବର୍ଷ ବାଳକର କଥା ଓ ଜୀବନଚିତ୍ର। ଦିଲ୍ଲୀର ଏକ ପୁରୁଣା ବସ୍ତିରେ ବଢ଼ିଥିବା ଏହି ବାଳକ ହଠାତ୍‌ ନିଜକୁ ବଡ଼ ହୋଇଯାଇଥିବା ଅନୁଭବ କରେ। ଜୀବନ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବେ। ବସ୍ତିର ଅନ୍ୟପିଲାଙ୍କଠାରୁ ଭିନ୍ନ ହୋଇଥିବାରୁ କାହା ସହ ନ ମିଶି ଏକା ଏକା ରହିବାକୁ ଚେଷ୍ଟା କରେ। ଜୀବନକୁ ବଦଳାଇବାକୁ କୌଣସି ବିସ୍ମୟର ଆଶା ନ କରି ନିଜ ପ୍ରଚେଷ୍ଟାରେ କିଛି କରିବାକୁ ଚେଷ୍ଟା କରେ, ଯାହାକି କେବଳ ତା’ ଜୀବନ ନୁହେଁ, ପୂରା ବସ୍ତିବାସିନ୍ଦାଙ୍କ ଜୀବନକୁ ବଦଳାଇଦିଏ। ଶିଶୁ ମନସ୍ତତ୍ତ୍ୱ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ପ୍ରମୁଖ ଚରିତ୍ରରେ ପାଓଲି ଦମ୍‌ ଓ ରଣବୀର ଶୋରେ ଅଭିନୟ କରିଛନ୍ତି। ସେହିଭଳି ମୁଖ୍ୟଚରିତ୍ର ପିଚ୍‌କୁ ତଥା ଶିଶୁ କଳାକାର ଭୂମିକାରେ ଅଭିନୟ କରିଛନ୍ତି ତଥାସ୍ତୁ। ବଲିଉଡ୍‌ର ଖ୍ୟାତନାମା ସଙ୍ଗୀତଜ୍ଞ ଶଙ୍କର-ଏହଶାନ-ଲୟ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ସିନେମାଟୋଗ୍ରାଫିରେ ପ୍ରତାପ ରାଉତ, ସାଉଣ୍ଡ୍‌ରେ ନୀହାର ରଞ୍ଜନ ସାମଲ ଏବଂ ସମ୍ପାଦନାରେ ଅର୍ଚ୍ଚିତ ଡି. ରସ୍ତୋଗୀ କାମ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button