April 19, 2024

ମହିଳା କଂଗ୍ରେସ ପକ୍ଷରୁ ପ୍ରଦୀପ ମହାରଥୀଙ୍କ ବାସଭବନ ଉପରେ ଟମୋଟୋ ଓ ଅଣ୍ଡା

1 min read
Aajira-Odisha

ଆଓରି-ଭୁବନେଶ୍ଵର(୨୭/୧୨) : ପିପିଲି ଗଣଦୁଷ୍କର୍ମ ଘଟଣାରେ ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ କୃଷି ମନ୍ତ୍ରୀ ତଥା ପିପିଲି ବିଧାୟକଙ୍କ ବୟାନକୁ ନେଇ ଏବେ ଉଠିଛିି ଝଡ଼।  ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ .ହେବା ପରେ ପିପିଲି ପୀଡିତାଙ୍କୁ ନ୍ୟାୟ ମିଳିଲା ବୋଲି କହିଥିଲେ ମହାରଥୀ । ଏହି ବୟାନ ପରେ ବିଜେପି ପକ୍ଷରୁ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବି କରାଯାଇଥିବା ବେଳେ ଆଜି ମହିଳା କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ଘର ଉପରକୁ ଟମୋଟୋ ଓ ଅଣ୍ଡା ଫିଙ୍ଗାଯାଇଛି।

ସୂଚନାଯୋଗ୍ୟ ଯେ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମାନ୍ୟବର ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପରେ ମନ୍ତ୍ରୀ ଶ୍ରୀ ମହାରଥୀଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ଏହି ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ। ସେ ପୀଡିତାଙ୍କୁ ନ୍ୟାୟ ମିଳିଲା ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.