ଜାତୀୟରାଜ୍ୟ

ଜାନୁଆରୀ ୧୬ରେ ପୁନର୍ବାର ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

ଆଓରି-ଭୁବନେଶ୍ଵର(୨୮/୧୨) : ଫୋକସରେ ପୂର୍ବ ଭାରତ । ବିଶେଷ କରି ଓଡିଶା, ଆସାମ, ପଶ୍ଚିମବଙ୍ଗର ବିକାଶ ଲାଗି ପ୍ରଧାନମନ୍ତ୍ରୀ ସଦା ସର୍ବଦା ପ୍ରୟାସରତ । ପ୍ରଧାନମନ୍ତ୍ରୀ ଲଗାତର ଭାବେ ଓଡିଶା ଗସ୍ତ କରି ଏଠାରେ ଦଳର ସ୍ଥିତି ମଜବୁତ କରିବାରେ ଲାଗିପଡିଛନ୍ତି । ଡିସେମ୍ବର ୨୪ତାରିଖରେ ମୋଦି ଓଡିଶା ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ଅରୁଗୁଳ ଆଇଆଇଟିକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ । ସେହିପରି ଜାନୁୟାରୀ ୫ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ବାରିପଦା ଗସ୍ତ କରିବେ । ଏହାପରେ ପୁଣି ୧୬ ତାରିଖରେ ବଲାଙ୍ଗିର ଗସ୍ତ କରିବେ ।

ଜାନୁଆରି ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସେପଟେ, ଜାନୁଆରି ୯ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବଲାଙ୍ଗୀର ଗସ୍ତ କରୁଛନ୍ତି । ସ୍ଥାନୀୟ ପୃଥ୍ଵୀରାଜ ହାଇସ୍କୁଲ ପଡ଼ିଆରେ ନିର୍ମାଣ ହେଉଥିବା ନୂତନ ଇନ୍ଦୋର ଷ୍ଟାଡିୟମକୁ ସେହିଦିନ ମଧ୍ୟ ଶ୍ରୀ ପ୍ରଧାନ ଉଦଘାଟନ କରିବେ। ଏନେଇ ଗୁରୁବାର ପୂର୍ବ ରାଜ୍ୟ ବିଜେପି ସଭାପତି ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ଓ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଭକ୍ତବନ୍ଧୁ ନାଏକ ସହରର ବିଭିନ୍ନ ସ୍ଥାନ ବୁଲି ପ୍ରଧାନମନ୍ତ୍ରୀଙ୍କ ରାଲି ପାଇଁ ଜାଗା ଚିହ୍ନଟ କରିଛନ୍ତି। ପାଟଣାଗଡ଼ ରୋଡ ହନୁମାନ ମନ୍ଦିର ନିକଟରେ ଥିବା ଖାଲି ପଡ଼ିଆରେ ଏହି ବିଶାଳ ରାଲି କରାଯିବାକୁ ସ୍ଥିର ହୋଇଛି। ଆସନ୍ତା ୩୧ ତାରିଖ ଦିନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ତାଙ୍କ ନେତୃତ୍ଵରେ ସ୍ଥାନୀୟ ରୋଶନୀ ପବ୍ଲିକ ସ୍କୁଲ ପରିସରରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ କରାଯିବାର ଯୋଜନା ହୋଇଛି ବୋଲି ଜିଲ୍ଲା ବିଜେପି ସଭାପତି ଭକ୍ତବନ୍ଧୁ ନାଏକ କହିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button