ଗୁରୁଦିବସ ଉପଲକ୍ଷେ ୪୬ ଶିକ୍ଷକଙ୍କୁ ନ୍ୟାସନାଲ୍ ଟିଚର ଓ୍ୱାର୍ଡ ୨୦୧୯ ରେ ସମ୍ମାନିତ କଲେ ରାଷ୍ଟ୍ରପତି
1 min read
ଆଓରି-ନୂଆଦିଲ୍ଲୀ(୦୫/୦୯) : ଆଜି ଗୁରୁଦିବସ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪୬ ଶିକ୍ଷକଙ୍କୁ ନ୍ୟାସନାଲ୍ ଟିଚର ଓ୍ୱାର୍ଡ ୨୦୧୯ ରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଜ୍ଞାନ ଭବନରେ ଆଜି ରାଜ୍ୟ ଜଥା ଜମ୍ମୁ କାଶ୍ମୀର, ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ସମେତ ଅନ୍ୟ ରାଜ୍ୟର ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି।
ମାନବ ସଂସାଧନ ବିକାଶ ମନ୍ତ୍ରାଳୟ ଶିକ୍ଷାର କ୍ଷେତ୍ରରେ ଉକୃଷ୍ଠ ପ୍ରଦର୍ଶନ କରିଥିବା ଶିକ୍ଷକଙ୍କୁ ନ୍ୟାସନାଲ୍ ଟିଚର ଓ୍ୱାର୍ଡ ୨୦୧୯ ସମ୍ମାନରେ ସମ୍ମାନିତ କରାଯାଇଥାଏ । ତେବେ ଏହି ଶିକ୍ଷକଙ୍କୁ ସମ୍ମାନିତ ଉତ୍ସବରେ ପ୍ରଥମ ଥର ପାଇଁ ସୈନିକ ସ୍କୁଲ୍ର ଶିକ୍ଷକମାନେ ମଧ୍ୟ ସାମିଲ୍ ଥିଲେ ।