March 28, 2023

ଋଷ୍‌ର ଦୁଇ ଦିନିଆ ଗସ୍ତରେ ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହ ସାକ୍ଷାତ କଲେ ନରେନ୍ଦ୍ର ମୋଦି

1 min read
PM Narendra Modi met Japanese PM Shinzo Abe in Russia Visit-Aajira-Odisha

ଆଓରି-ଭୁବନେଶ୍ଵର(୦୫/୦୯) : ଋଷ୍‌ର ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହ ସାକ୍ଷାତ କରିଛନ୍ତି ।  ଆବେଙ୍କ ବ୍ୟତିତ ମୋଦି ମଙ୍ଗୋଲିଆର ରାଷ୍ଟ୍ରପତି ଖାଲଟମାଗୀନ ବଟୁଲଗାଇନ ଏବଂ ମାଲେସିଆର ପ୍ରଧାନମନ୍ତ୍ରୀ ଡ.ମହାଥୀର  ମହମ୍ମଦଙ୍କ ସହ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ  ଶିଞ୍ଜୋ ଆବେଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଜାପାନର ଓସାକା ଠାରେ ଜି-୨୦ ଶିଖର ସମ୍ମିଳନୀ ଏବଂ ଫ୍ରାନ୍‌ସ୍‌ର ବାୟାରିଜ୍‌ ଠାରେ ଜି୭ ଶିଖର ସମ୍ମିଳନୀରେ ବିଶ୍ୱନେତୃବୃନ୍ଦ ଏକତ୍ର ହେବା ପରେ ଏହି ବୈଠକ ଆରମ୍ଭ ହୋଇଛି। ଜାପାନୀ ପ୍ରତିପକ୍ଷଙ୍କ ସହ ତାଙ୍କର ବୈଠକ ପରେ ମୋଦି ମାଲେସିୟାର ପ୍ରଧାନମନ୍ତ୍ରୀ  ଡକ୍ଟର ମହଥିର୍‌ ବିନ୍‌ ମହମ୍ମଦ ଏବଂ ମଙ୍ଗୋଲିଆର ରାଷ୍ଟ୍ରପତି ମହାମାନ୍ୟ ଖଲତ୍‌ମାଜିନ୍‌ ବତ୍ତୁଗ୍‌ଗାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।

କୋରପୁସ୍‌ ଏସ୍‌, ଏଫ୍‌ଇଏଫ୍‌ୟୁ ଯାଇ ଭାରତୀୟ ବ୍ୟାବସାୟିକ ପାଭିଲିୟନ୍‌ରେ ପ୍ରଧାମନ୍ତ୍ରୀ ମୋଦି ୫ମ ଇଷ୍ଟର୍ଣ୍ଣ ଇକୋନୋମିକ୍‌ ଫୋରମ୍‌ର ପ୍ଲେନେରି ଅଧିବେଶନରେ ଯୋଗ ଦେବେ। ଦୁଇ ଦିନିଆ ରୁଷ୍‌ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଦିନ ରୁଷ୍‌ରେ ପହଞ୍ଚିବା ପରେ ଭ୍ଲାଦିଭୋସ୍ତକ୍‌ ଠାରେ କେତେଗୁଡ଼ିଏ ରାଜିନାମାରେ ସ୍ୱାକ୍ଷର କରିଥିଲେ ଏହା ପରେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ରୁଷ୍‌ର ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଫାର୍‌ ଇଷ୍ଟ୍‍ ଷ୍ଟ୍ରିଟ୍‌ ପ୍ରଦର୍ଶନୀକୁ ଯାଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.