May 20, 2024

ଦିଲ୍ଲୀରେ ପ୍ରବାସୀ ଓଡିଆ ଉତ୍ସବ – ୨୦୧୮ ପାଳିତ

1 min read

ଆଓରି-ନୂଆଦିଲ୍ଲୀ(୨୬/୮) :  ଦିଲ୍ଲୀ ଏନସିଆର ପଞ୍ଜୀକୃତ ସଂସ୍ଥା “ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର” ଦ୍ଵାରା ପବିତ୍ର ରାକ୍ଷୀ ପୁର୍ଣିମା ଅବସରରେ ଦିଲ୍ଲୀ ଛତରପୁରସ୍ଥିତ ମାର୍କଣ୍ଡେୟ ଭବନ ଠାରେ ପ୍ରବାସୀ ଓଡିଆ ଉତ୍ସବ- ୨୦୧୮ ପାଳିତ ହୋଇଯାଇଛି | ଦକ୍ଷିଣ ଦିଲ୍ଲୀର ସାଂସଦ ଶ୍ରୀ ରମେଶ ବିଧୁରୀ ଏବଂ ଭାରତ ସରକାରଙ୍କ ବର୍ତ୍ତମାନ ଆର୍ଥିକ ପରାମର୍ଶଦାତା ଶ୍ରୀ ଶକ୍ତିକାନ୍ତ ଦାଶ ଏବଂ ଛତରପୁର ବିଧାୟକ ଶ୍ରୀ କର୍ତାର ସିଂହ ତମ୍ବର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ | ଦିଲ୍ଲୀ ଏନସିଆର ରେ ଥିବା ୫୦ରୁ ଊର୍ଦ୍ଧ୍ଵ ବେସେରକାରି ସଂସ୍ଥାର ସହଯୋଗରେ ପ୍ରବାସୀ ଓଡିଆ ଉତ୍ସବ ବହୁ ଧୂମଧାମର ସହ ଅନୁଷ୍ଠିତ ହୋଇଯାଇଛି |

ଦିଲ୍ଲୀର ପ୍ରସିଦ୍ଧ କାତ୍ତ୍ୟାୟୀନି ମନ୍ଦିର ଛତରପୁର ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା | ଦର୍ଶକମାନଙ୍କୁ ଭରପୁର ଆନନ୍ଦ ଯୋଗାଇ ଦେବାପାଇଁ ଓଡିଶାରୁ ବହୁ ସୁନାମଧନ୍ୟ ଗାୟକ ତଥା ଦିଲ୍ଲୀ ସ୍ଥିତ ମ୍ୟୁଜିକାଲ ଗ୍ରୁପ ଦ୍ଵାରା ମଧ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା | ଦର୍ଶକ ମାନଙ୍କୁ ନିୟୋଜିତ ରଖିବା ପାଇଁ ଓଡିଶାର ବିଭିନ୍ନ ସୁଶ୍ଵାଦୁ ଖାଦ୍ୟର ଆୟୋଜିତ ହୋଇଥିଲା | ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଡା. ଭେଣୁଗୋପାଳ , ସମାଜସେବା କ୍ଷେତ୍ରରେ ଶ୍ରୀ ହେମାନନ୍ଦ ଦାସ ରାଜ୍ୟର ବରିଷ୍ଠ ଉଦ୍ୟୋଗପତି ଶ୍ରୀ ମନୋଜ ଦାସ ଏବଂ ଯୋଗ କ୍ଷେତ୍ରରେ ଶ୍ରୀ ସୁଶାନ୍ତ ଚାନ୍ଦ ତଥା ଅନେକ ଓଡିଆଙ୍କୁ ସମ୍ମାନିତ କରାଯାଇଥିଲା |

ବହୁଳ ସଂଖ୍ୟା ରେ ଯୋଗଦାନ କରି  ପ୍ରବାସୀ ଓଡିଆ ଉତ୍ସବ ୨୦୧୮ କୁ ସଫଳ କରିଥିବାରୁ ମୁଖ୍ୟ ଆୟୋଜକ ଉତ୍କଳଜ୍ୟୋତି ଚାରିଟେବୁଲ ଟ୍ରଷ୍ଟ ସଂସ୍ଥାର ସଭାପତି ଶ୍ରୀ ସଞ୍ଜୟ ବେହେରା , ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ସଭାପତି ଶ୍ରୀ ଅକ୍ଷୟ ସାମଲ ପ୍ରବାସୀ ଓଡିଆ ପରିବାର ପକ୍ଷରୁ ମୀନକେତନ ସାମଲ , ପ୍ରବୀର ମହାନ୍ତି , ସଞ୍ଜୟ ଦାସ , ସୁଧାଂଶୁ ପାଢୀ , ସଲିଲ ଦାସ , ସ୍ମୃତି ସାହୁ ତଥା ଅନେକ ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ  ଥିବା ସମସ୍ତ ଓଡିଆ ଦର୍ଶକ ମାନଙ୍କୁ  ଧନ୍ୟବାଦ ଜ୍ଞାଂପନ କରିଥିଲେ |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.