କଳା ଓ ସଂସ୍କୃତିପ୍ରବାସୀ ଓଡିଆରାଜ୍ୟ

ଓଡିଆ ସମାଜ ତରଫରୁ ସୁରତରେ ଅନୁଷ୍ଠିତ ହେବ ଓଡିଶା ପର୍ବ

ଆଓରି-ନୂଆଦିଲ୍ଲୀ(୯/୮) : ସେପ୍ଟେମ୍ବର ୨-୩ ତାରିଖରେ ଦିଲ୍ଲୀସ୍ଥିତ ଅଗ୍ରଣୀ ବେସରକାରୀ ସଂସ୍ଥା ଓଡିଆ ସମାଜ ତରଫରୁ ଗୁଜୁରାଟର ସୁରତ ଠାରେ ଓଡିଶା ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି | ସୁରତ ଠାରେ ଥିବା ସମସ୍ତ ଓଡିଶାବାସୀଙ୍କ ମନରେ ଓଡିଆ ସଂସ୍କୃତି ଜାଗ୍ରତ କରାଇବା ପାଇଁ ଏହି ପର୍ବ ସୁରତ ଅନ୍ତରାଷ୍ଟ୍ରୀୟ ପ୍ରଦର୍ଶନୀ  ଶରାସନ ଠାରେ ଆୟୋଜିତ କରାଯିବ| ଏହି ପର୍ବରେ ଓଡିଶାର ସମୃଦ୍ଧ କଳା ଓ ସଂସ୍କୃତିର ପ୍ରଦର୍ଶନ କରାଯିବ| ଉଦଘାଟନ କାର୍ଯ୍ୟକ୍ରମ ରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଯୋଗଦେବାର ସମ୍ଭାବନା ଅଛି|

ଓଡିଆ ସମାଜ ଏହା ପୂର୍ବରୁ ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ ଠାରେ ଓଡିଆ ପର୍ବ ୨୦୧୭ ଏପ୍ରିଲ ୨୯ – ମାର୍ଚ୍ଚ ୧ ତାରିଖ  ତିନିଦିନ ବ୍ୟାପୀ ବହୁ ଧୂମଧାମରେ ଅନୁଷ୍ଠିତ ହୋଇଥିଲା | ପୁନର୍ବାର ଏହି ପର୍ବ ୨୦୧୮ ମାର୍ଚ୍ଚ ୯ – ୧୧ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ଗେଟ ଠାରେ ଅନୁଷ୍ଠିତ ହୋଇଥିଲା | ଓଡିଆ ପର୍ବର ଏହି ଦ୍ଵିତୀୟ ସଂସ୍କରଣରେ ଦିଲ୍ଲୀଠାରେ ଥିବା ସମସ୍ତ ଓଡିଆ ଏବଂ ଅଣଓଡିଆ ମାନେ ଓଡିଶାର ଅଦ୍ଵିତୀୟ ସ୍ଥାପତ୍ୟ , କଳା ସଂସ୍କୃତି , ଖାଦ୍ୟ ତଥା ଗୌରବମୟ ଇତିହାସ ବିଷୟରେ ଅବଗତ ହୋଇପାରିଥିଲେ|

ଓଡିଆ ସମାଜ ଦିଲ୍ଲୀର ଏକ ଅଗ୍ରଣୀ ବେସରକାରୀ ଓ ସାମାଜିକ ସଂସ୍କୃତିକ ସଂଗଠନ ଯିଏ ଓଡିଶାର ବିକାଶ ତଥା ମୂଳ ଗୌରବକୁ ଅକ୍ଷୁର୍ଣ ରଖିବା ପାଇଁ ସବୁବେଳେ ଚିନ୍ତିତ ଏବଂ କାର୍ଯ୍ୟରତ | ବିଶ୍ଵରେ ଥିବା ପ୍ରବାସୀ ଓଡିଆ ମାନଙ୍କୁ ଏକଜୁଟ କରିବା ଏବଂ ସେମାନଙ୍କୁ ସୁଖ ସମୃଦ୍ଧି ଯୋଗାଇ ଦେବାପାଇଁ ଓଡିଆ ସମାଜ ସବୁବେଳେ ତତ୍ପର |

Related Articles

Leave a Reply

Your email address will not be published. Required fields are marked *

Back to top button