୨୦୦ବର୍ଷର ପୁରୁଣା ଶ୍ରୀନାଥଜୀ ମନ୍ଦିର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
1 min read
ଆଓରି-ନୂଆଦିଲ୍ଲୀ(୨୫/୦୮) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ବହରୀନ୍ର ସବୁଠାରୁ ୨୦୦ବର୍ଷର ପୁରୁଣା ଶ୍ରୀନାଥଜୀ ମନ୍ଦିରରେ ପହଞ୍ଚିଛନ୍ତି । ଏଠାରେ ମୋଦୀ ମନ୍ଦିରର ପୁନନିର୍ମାଣ ପରିୟୋଜନାର ସୁଭାରମ୍ଭ କରିଛନ୍ତି । ଏଥି ସହିତ ମୋଦି ଏହି ମନ୍ଦିରରେ ପ୍ରାର୍ଥନା କରିଛନ୍ତି । ଏହି ପରିଯୋଜନାରେ ୪୨ଲକ୍ଷ ଡଲାର ନିବେଶ କରାଯାଇଛି । ତେବେ ବେହରୀନ ଗସ୍ତରେ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହରୀନ୍ର ବଲୀ ଅହଦ ସଲମାନ ବିନ ହମାଦ ବିନ୍ ଇସା ଅଲ ଖଲୀପା ଙ୍କ ସହ ରବିବାରେର ସାକ୍ଷାତ କରିଥିଲେ । ଏହି ସାକ୍ଷାତରେ ମୋଦି ଭାରତର ଏବଂ ବହରୀନ୍ ମଧ୍ୟରେ ମିତ୍ରତା ମଜଭୁତ୍ କରିବାର କିଛି ମାର୍ଗ ଉପରେ ଆଲୋଚନା କରିଥିଲେ । ତେବେ ଏହି ଆଲୋଚନାରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଓ ସାଂସ୍କୃତିକ ଆଦାନ ପ୍ରଦାନ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ତେେବ ମୋଦିଙ୍କ ବହରୀନ୍ ଯାତ୍ରା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ କାହିଁକି ନା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସେ ଏହି ଯାତ୍ରା କରିଛନ୍ତି ।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଠାରେ ର ‘ଦି କିଙ୍ଗ୍ ହମାଦ୍ ଅର୍ଡର ଅଫ୍ ଦି ରିନେସନ୍ସ’ ରେ ସମ୍ମାନୀତ କରାଯାଇଥିଲା । ମୋଦି ସେଠାର ବଲୀ ଅହଦ ସଲମାନ ବିନ ହମାଦ ବିନ୍ ଇସା ଅଲ ଖଲୀପା ଙ୍କ ସହ ବିଭିନ୍ନ ଦିପାକ୍ଷୀୟ ଏବଂ କ୍ଷେତ୍ରୀୟ ମାମଲାରେ ଆଲୋଚନା କରିଥିଲେ ।