ତୃତୀୟ ଫ୍ୟୁଚର ଉନଭେଷ୍ଟମେଣ୍ଟ ଇନିଶିଏଟିଭ କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ସାଉଦି ଆରବର ଗସ୍ତରେ ନରେନ୍ଦ୍ର ମୋଦୀ
1 min read
ଆଓରି-ନୂଆଦିଲ୍ଲୀ(୨୮/୧୦) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାଉଦି ଆରବର ଦୁଇ ଦିନିଆ ଗସ୍ତରେ ଯିବେ । ଏହି ଯାତ୍ରାରେ ପ୍ରଧାନମନ୍ତ୍ରୀ ସାଉଦୀ ଆରବର ପବ୍ଲିକ ଉନଭେଷ୍ଟମେଣ୍ଟ ଫଣ୍ଡ ଓ ଆସନ୍ତା କାଲି ଅର୍ଥାତ ୨୯ରୁ ୩୧ ଅକ୍ଟୋବର ମଧ୍ୟରେ ହେବାକୁ ଥିବା ତିନି ଦିବସୀୟ କାର୍ଯ୍ୟକ୍ରମରେ ଭାଗ ନେବେ । କାଶ୍ମୀରକୁ ଗ୍ଲୋବାଲ ଇସ୍ୟୁ କରିବାର ଚେଷ୍ଟା କରୁଥିବା ପାକ୍ ଓ ଦେଶରେ ଆର୍ଥିକ ମନ୍ଦୀ ପ୍ରଭୃତି ବିଷୟରେ ଆଲୋଚନା କରିବା ଥିବାରୁ ମୋଦିଙ୍କ ଏହି ଯାତ୍ରାକୁ ବହୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି
ତେବେ ଆରବ ଗସ୍ତରେ ଯିବା ମୋଦିଙ୍କ ଏହା ଦ୍ୱିତୀୟ ଥର । ସଉଦୀ ଆରବର ରିୟାଦ ଶହରରେ ହେବାକୁ ଥିବା ତୃତୀୟ ଫ୍ୟୁଚର ଉନଭେଷ୍ଟମେଣ୍ଟ ଇନିଶିଏଟିଭ (ଏଫଆଇଆଇ) ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିରେ ସୁଉଦୀର ନିତି ନିର୍ମାତାମାନେ ଓ ବିଶ୍ୱର ବ୍ୟାପାରିକ ପ୍ରତିନିଧିମାନଙ୍କ ସାମ୍ନାସାମ୍ନି ହେବ ।