ସସ୍ପେନ୍ସର ଅନ୍ତଃ ; ହରିୟାଣାରେ ସରକାର ଗଠନ କରିବ ବିଜେପି
1 min read
ଆଓରି-ନୂଆଦିଲ୍ଲୀ(୨୬/୧୦) : ଅନେକ୍ ସସ୍ପେନ୍ସର ଅନ୍ତଃଘଟିଲା । ଶେଷରେ ହରିୟାଣାରେ ସରକାର ଗଠନ କଲା ବିଜେପି ! ହରିୟାଣାର ମୁଖ୍ୟମନ୍ତ୍ରୀ ପଦବୀ ରହିବ ବିଜେପି ହାତରେ । ତେବେ ଜେଜେପିରୁ ହେବେ ଡେପୁଟି ସିଏମ୍ ବୋଲି ସୂଚନା ମିଳିଛି ।
ହରିୟାଣାରେ ସରକାର ଗଠନ କରିବା ପାଇଁ ବିଜେପି ଓ ଜେଜେପି ହାତ ମିଶାଇ ସାରିଛନ୍ତି । ଜେଜେପି ସଂସ୍ଥାପକ ଦୁଷ୍ୟନ୍ତ ଚୌଟାଲା ଓ ଅମିତ ଶାହ ମିଳିତ ଭାବେ ଏନେଇ ଘୋଷଣା କରିଛନ୍ତି । ହରିୟାଣାର ମୁଖ୍ୟମନ୍ତ୍ରୀ ପଦ ବିଜେପିର ଏବଂ ଡେପୁଟି ମୁଖ୍ୟମନ୍ତ୍ରୀ ପଦ ଜେଜେପିର ବୋଲି ଉଭୟ ସ୍ୱୀକାର କରିଛନ୍ତି ।