ମେ’ ୩୦ ଯାଏଁ ଭାରତୀୟ ବିମାନକୁ ପାକିସ୍ତାନ ଆକାଶପଥ ବନ୍ଦ ରଖିବାକୁ ପାକ୍ ନିଷ୍ପତ୍ତି
1 min read
ଆଓରି-ନୂଆଦିଲ୍ଲୀ(୧୬/୦୫) : ଭାରତର ସାଧାରଣ ନିର୍ବାଚନ ଉପରେ ପଡୋଷୀ ପାକ୍ର ରହିଛି ନଜର । ଏଣୁ ମେ’ ୩୦ ଯାଏଁ ଭାରତୀୟ ବିମାନଗୁଡ଼ିକ ପାଇଁ ପାକିସ୍ତାନ ଆକାଶପଥ ବନ୍ଦ ରଖିବାକୁ ପାକ୍ ନିଷ୍ପତ୍ତି ନେଇଛି ।
ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନାର ବାଲାକୋଟ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନ ନିଜ ଆକାଶପଥକୁ ବନ୍ଦ ରଖିଥିଲା । ଦିଲ୍ଲୀ, ବ୍ୟାଙ୍କକ୍ ଓ କୁଆଲାଲମ୍ପୁରକୁ ଛାଡ଼ି ଅନ୍ୟ ସମସ୍ତ ସ୍ଥାନ ପାଇଁ ପାକିସ୍ତାନ ଆକାଶପଥ ଖୋଲାଥିଲା । ଏ ନେଇ ପାକିସ୍ତାନ ପ୍ରତିରକ୍ଷା ଓ ବେସାମରିକ ମନ୍ତ୍ରାଳୟ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା । ମେ’ ୩୦ ଯାଏଁ ଭାରତୀୟ ବିମାନକୁ ଅନୁମତି ନ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ମେ’ ୩୦ ପରେ ପାକିସ୍ତାନ ଏ ବିଷୟରେ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି ।