May 13, 2024

ମମତା ଦିଦିଙ୍କ ହିଂସାକାଣ୍ଡକୁ ସମର୍ଥନ କଲେ ମାୟାବତୀ

1 min read

ଆଓରି-ନୂଆଦିଲ୍ଲୀ(୧୬/୦୫) : ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ଏବେ ରାଜନୀତି ଜୋର ଧରିଛି । ଅମିତ ଶାହଙ୍କ ପ୍ରଚାର ସମୟରେ ଘଟିଥିବା ହିଂସାକାଣ୍ଡ ପରେ ନିର୍ବାଚନ ଆୟୋଗ ଗୋଟିଏ ଦିନ ପୂର୍ବରୁ ପ୍ରଚାର କାର୍ଯ୍ୟ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ରାଜନୈତିକ ମାହୋଲ ସରଗରମ୍ ଥିବାବେଳେ ଏବେ ମମତା ଦିଦିଙ୍କ ସପକ୍ଷରେ ବାହାରିଛନ୍ତି ମାୟାବତୀ  । ବିଜେପି ଚାପରେ ଆସି ନିର୍ବାଚନ କମିଶନ୍ ଏଭଳି ନିଷ୍ପତ୍ତି ନେଇଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି ମାୟାବତୀ ।

ମାୟାବତୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ ଯଦି ନିର୍ବାଚନ ଆୟୋଗଙ୍କୁ ନିଷ୍ପତ୍ତି ନେବାର ଥିଲା ତେବେ ଆଜି ସକାଳେ କାହିଁକି ରୋକ୍‌ ଲଗାଗଲା ନାହିଁ । ଆଜି ରାତିରେ ମୋଦିଙ୍କର ମାତ୍ର ୨ଟି ରାଲି ଅଛି । ସେଥିପାଇଁ ଆଜି ରାତି ୧୦ଟା ପରେ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ଆୟୋଗ ଚାପରେ ଆସି ଏଭଳି କରୁଛନ୍ତି । ପଶ୍ଚିମବଙ୍ଗରେ ବିଜେପି ଅଶାନ୍ତ ବାତାବରଣ ସୃଷ୍ଟି କରିଛି । ମମତାଙ୍କୁ ଟାର୍ଗେଟ୍‌ କରାଯାଉଛି ବୋଲି ମାୟାବତୀ ଓଲଟା ଅଭିଯୋଗ କରିଛନ୍ତି । ବଙ୍ଗଳା ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି । ସେହିପରି ପିଏମ୍‌ ମୋଦି, ଅମିତ ଶାହା ଓ ଅନ୍ୟ ବିଜେପି ନେତାମାନେ ମମତାଙ୍କ ଉପରେ ଲକ୍ଷ୍ୟ ରଖିଛନ୍ତି । ଏହା ବହୁତ ବିପଦପୂର୍ଣ୍ଣ ଓ ଅନ୍ୟାୟପୂର୍ଣ୍ଣ ବୋଲି ମାୟାବତୀ କହିଛନ୍ତି ।

ପ୍ରକାଶ ଯେ, ମଙ୍ଗଳବାର କୋଲକାତାରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ ଶୋ’ ଚାଲିଥିବା ବେଳେ ତୃଣମୂଳ କାର୍ୟ୍ୟେକର୍ତ୍ତା ପଥରମାଡ଼ ଓ ପୋଡାଜଳା କରିଥିଲେ । ଏହା ପୂର୍ବରୁ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଜାରି ଥିବା ବେଳେ ହିଂସାକାଣ୍ଡ ଦେଖାଯାଇଥିଲା । ନିର୍ବାଚନ ଆୟୋଗଙ୍କ ଆଦେଶ ଅନୁସାରେ ଗୁରୁବାର ରାତି ୧୦ଟା ପରେ କୌଣସି ରାଜନୈତିକ ଦଳ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.