ରାହୁଲ ଗାନ୍ଧୀଙ୍କ ସମେତ ୧୧ ନେତାଙ୍କୁ ଶ୍ରୀନଗର ଏୟାରପୋର୍ଟରେ ଅଟକ
1 min read
ଆଓରି-ନୂଆଦିଲ୍ଲୀ(୨୪/୦୮) : ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ୧୧ ନେତାଙ୍କୁ ଶ୍ରୀନଗର ଏୟାରପୋର୍ଟରେ ଅଟକ ରଖାଯାଇଛି । ତେବେ ଆଜି ରାହୁଲଙ୍କ ନେତୃତ୍ୱରେ ବିରୋଧି ଦଳର ଏକ ପ୍ରତିନିଧିମଣ୍ଡଳୀ ଶ୍ରୀନଗରେର ପହଞ୍ଚିଛି । ୩୭୦ ଧାରା ଉଠିବା ପରେ ଜାମ୍ମୁ କାଶ୍ମୀରର ସ୍ଥିତି ବୁଝିବା ସହିତ ସେଠାକାର ସ୍ଥାନୀୟନେତାଙ୍କ ସହ ସାକ୍ଷାତ କରିବା ପାଇଁ ରାହୁଲ୍ ଙ୍କ ଏହି ଟିମ୍ ଗସ୍ତ କରିଛି । କିନ୍ତୁ ଜମ୍ମୁ ଓ କଶ୍ମୀର ପ୍ରଶାସନ ସେମାନଙ୍କୁ ରାଜ୍ୟ ଭ୍ରମଣରେ ଯିବାପାଇଁ ବାରଣ କରିଛି ।
ଶ୍ରୀନଗର ଏୟାରପୋର୍ଟଠାରେ ସେମାନଙ୍କୁ ଅଟକ ରଖାଯିବା ସହ ଗଣମାଧ୍ୟମ କର୍ମୀମାନଙ୍କୁ ମଧ୍ୟ ତାଙ୍କୁ ଭେଟିବାକୁ ଦିଆଯାଉନାହିଁ । ଏମାନଙ୍କଠାରୁ ଗଣମାଧ୍ୟପ୍ରତିନିଧିଙ୍କୁ ସେମାନଙ୍କ ନିକଟକୁ ଛଡାଯାଉନି । ଜାମ୍ମୁ ଓ କଶ୍ମୀର ପ୍ରଶାସନ ପକ୍ଷରୁ କୁହାଯାଇଛି ରାଜ୍ୟରେ ଧୀରେ ଧାରେ ସ୍ୱାଭାବିକ ଅବସ୍ଥା ଫେରୁଛି । ତେବେ ସେଠାରେ ଆତଙ୍କବାଦୀ ଆକ୍ରମଣ ହେବାର ଗୁଇନ୍ଦା ସୂଚନା ଥିବାରୁ ସେମାନଙ୍କ ପ୍ରଶାସନ ଦ୍ୱାରା ଅଟକ ରଖାଯାଇଛି । ଏହି ପରିସ୍ଥିତିରେ ନେତାମାନେ ସେଠାକୁ ଯାଇ ପରିସ୍ଥିତି ଖରାପ ନ କରନ୍ତୁ ବୋଲି ଶ୍ରୀନଗର ପୋଲିସ୍ ରାହୁଲ୍ ଙ୍କ ଏହି ଟିମ୍କୁ ଯିବାକୁ ବାରଣ କରିଛି ।
କିଛି ଦିନ ପୂର୍ବରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଦେଇଥିବା ଚ୍ୟାଲେଞ୍ଜକୁ ସେ ଗ୍ରହଣ କରି ରାହୁଲଙ୍କ ଏହି ଟିମ୍ ସେଠାକୁ ଯାଇଛନ୍ତି । ଏହି ପ୍ରତିନିଧିମଣ୍ଡଳୀରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ସିପିଆଇର ଡି.ରାଜା,ସିପିଏମର ସୀତାରାମ ୟେଚୁରୀ ଓ ଆରଜେଡିର ମନୋଜ ଝାଙ୍କ ସମେତ ମୋଟ ୧୧ ଜଣ ବିରୋଧୀଦଳ ନେତା ସାମିଲ ଅଛନ୍ତି ।