April 25, 2024

ଅରୁଣ ଜେଟଲୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-Aajira-Odisha

ଆଓରି-ନୂଆଦିଲ୍ଲୀ(୨୪/୦୮) : ଦେଶ ଜଣେ ମୂଳ ବିଚାରକଙ୍କୁ ହରାଇଲା ବୋଲି ବିଜେପିର ବରିଷ୍ଠ ନେତା, ଆଇନଜୀବୀ ତଥା ପୂର୍ବତନ ଅରୁଣ ଜେଟଲୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅରୁଣ ଜେଟଲୀ ଜଣେ ବହୁତ ବଡ଼ ବ୍ୟକ୍ତିତ୍ୱ ଏବଂ ସେ ତାଙ୍କର ଜଣେ ଭଲ ସାଙ୍ଗ, ଦାର୍ଶନିକ ଓ ଅଭିଭାବକ ଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅରୁଣ ଜେଟଲୀ ଛାତ୍ରାବସ୍ଥାରୁ ସାମାଜିକ କାମ ଆରମ୍ଭ କରିଥିଲେ ଓ ସେ ସତ୍ୟ ପାଇଁ ଆନ୍ଦୋଳନ କରୁଥିଲେ । ଶ୍ରୀ ଜେଟଲୀ ଜୟପ୍ରକାଶ ନାରାୟଣଙ୍କ କ୍ରାନ୍ତିକାରୀ ଆନ୍ଦୋଳନର ବଡ଼ ତାରକା ଥିଲେ । ଆଇସିୟୁରେ ଭର୍ତ୍ତି ହେବା ପୂର୍ବରୁ ସେ ଶ୍ରୀ ଜେଟଲୀଙ୍କୁ ସାକ୍ଷାତ କରିଥିଲେ । ତେବେ ଜଣେ ଅଭିଭାବକ, ମୂଳ ବିଚାରକ ଓ ପରିବାରର ସଦସ୍ୟ ଭାବରେ ତାଙ୍କୁ ହରେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ଅରୁଣ ଜେଟଲୀଙ୍କ ବିୟୋଗରେ ଦେଶର ଅପୂରଣୀୟ କ୍ଷତି ହୋଇଥିବା କହିଛନ୍ତି । ଏହାସହ ଆଜିର ଦୁଃଖଦ ଘଡ଼ିରେ ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.