ଗୁରୁଦିବସ ଉପଲକ୍ଷେ ୪୬ ଶିକ୍ଷକଙ୍କ ମଧ୍ୟରେ ସମ୍ମାନିତ ହେଲେ ଓଡିଶା ଶିକ୍ଷକ ପବିତ୍ର ମୋହନ ଦାସ
1 min read
ଆଓରି-ଭୁବନେଶ୍ଵର(୦୬/୦୯) : ଗତକାଲି ଗୁରୁଦିବସ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪୬ ଶିକ୍ଷକଙ୍କୁ ନ୍ୟାସନାଲ୍ ଟିଚର ଓ୍ୱାର୍ଡ ୨୦୧୯ ରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଜ୍ଞାନ ଭବନରେ ଆଜି ରାଜ୍ୟ ଜଥା ଜମ୍ମୁ କାଶ୍ମୀର, ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ସମେତ ଅନ୍ୟ ରାଜ୍ୟର ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି। ଉକ୍ତ ଶିକ୍ଷକ ମାନଙ୍କ ମଧ୍ୟରୁ ଓଡିଶାର ବୋରିଗୁମ୍ମା ବ୍ଲକ ଖଟଲାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାସ ଚଳିତ ବର୍ଷ ଜାତୀୟ ଉତ୍ତମ ଶିକ୍ଷକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଛନ୍ତି।
ଚଳିତ ବର୍ଷ ପାଇଁ ଜାତୀୟ ସ୍ତରରେ ଓଡିଶାରୁ ସେ ଉତ୍ତମ ଶିକ୍ଷକ ଭାବେ ସମ୍ମାନିତ ହୋଇଥିବାରୁ ଏହା ଗର୍ବର ବିଷୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଖ୍ୟାତି ରହିଛି। ତାଙ୍କର ଉଦ୍ୟମ ଫଳରେ ଖଟଲାଗୁଡା ସମେତ ଆଖପାଖର ଅନେକ ଗ୍ରାମର ପିଲାମାନେ ଏହି ବିଦ୍ୟାଳୟରେ ପଢିବା ପାଇଁ ଆଗ୍ରହ ଦେଖାଉଛନ୍ତି। ପୂର୍ବରୁ ସେ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ଓ ରାଜ୍ୟ ସ୍ତରୀୟ ଉତ୍ତମ ଶିକ୍ଷକ ପୁରସ୍କାର ପାଇଥିବା ଜଣାପଡିଛି।