June 30, 2022

ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-Met-Sankaracharya-Aajira-Odisha

ଆଓରି-ଭୁବନେଶ୍ଵର(୦୫/୦୯) : ପୁରୀରେ ଉଚ୍ଛେଦ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟର ବରିଷ୍ଠ ନେତାମାନେ ଏନେଇ ଅସନ୍ତାେଷ ମଧ୍ୟ ପ୍ରକାଶ କଲେଣି । ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀରେ ପହଞ୍ଚିଛନ୍ତି । ଖାଲି ସେତିକି ନୁହେଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ପୁରୀରେ ପହଞ୍ଚିଛନ୍ତି । ଉଭୟ ନେତା ଉଚ୍ଛେଦ ଘଟଣା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିବା ବେଳେ ଧର୍ମ ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ଭେଟିଛନ୍ତି । ତାଙ୍କ ସହ ଶ୍ରୀମନ୍ଦିର ସମ୍ପର୍କରେ ବିଭିନ୍ନ ଆଲୋଚନା କରିବା ସହ ଉଚ୍ଛେଦ ପ୍ରସଙ୍ଗରେ ମଧ୍ୟ କଥା ହୋଇଛନ୍ତି ।

ତେବେ ପୂର୍ବରୁ ଶଙ୍କରାଚାର୍ଯ୍ୟ ଆମିକସ୍‌କ୍ୟୁରୀଙ୍କ ରିପୋର୍ଟକୁ ଖାରଜ୍‌ କରିଥିବା ବେଳେ ଏଭଳି ଉଚ୍ଛେଦକୁ ସେ ବିରୋଧ କରିଛନ୍ତି । ସୂଚନା ଅନୁଯାୟୀ, ପୁରୀରେ ଉଚ୍ଛେଦକୁ ସମସ୍ତେ ସ୍ୱାଗତ କରିଥିବା ବେଳେ ଏହାର ବ୍ୟବସ୍ଥାକୁ ଲୋକେ ବିରୋଧ କରିଛନ୍ତି  । ଲୋକଙ୍କୁ ଥଇଥାନ ନ କରି ଉଚ୍ଛେଦ କରାଯିବାକୁ ସମସ୍ତେ ବିରୋଧ କରିଛନ୍ତି ।

ଖାଲି ସେତିକି ନୁହେଁ କାହିଁ କେଉଁ କାଳରୁ ପୁରୀରେ ଥିବା ମଠ ଗୁଡ଼ିକୁ ଭଙ୍ଗାଯାଉଥିବାରୁ ଏହାକୁ ସହଜର ଗ୍ରହଣ କରିପାରୁ ନାହାନ୍ତି ପୁରୀ ବାସିନ୍ଦା । ଏମିତିକି ମଠ ଗୁଡ଼ିକୁ ଭାଙ୍ଗିବା ପ୍ରସଙ୍ଗକୁ ଶଙ୍କରାଚାର୍ଯ୍ୟ ମଧ୍ୟ ସହଜରେ ଗ୍ରହଣ କରିନାହାନ୍ତି । ଏମିତିକି ମଠ ଭଙ୍ଗା ବିରୋଧରେ ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥମାନେ ଏକାଠି ହୋଇ ମଠ ଭଙ୍ଗାକୁ ବିରୋଧ କରିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.