March 25, 2023

ଶେଷ ହେଲା ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ; ସାରା ଦେଶରେ ଏକ ସମୟରେ ହେବ ରଥଯାତ୍ରା

1 min read
puri-sri-mandir-working-committee

ଆଓରି-ଭୁବନେଶ୍ଵର(୦୬/୦୯) : ଶେଷ ହେଲା ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସାରା ଦେଶରେ ଏକ ସମୟରେ ରଥଯାତ୍ରା କରିବା ସପକ୍ଷରେ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ରାଜ୍ୟରେ ହେଉଥିବା ରଥଯାତ୍ରା କମିଟିକୁ, ଏନେଇ ଚିଠି ଲେଖାଯିବ ବୋଲି ସ୍ଥିର କରାଯାଇଛି ।

ସେବାୟତଙ୍କ ପିଲାଙ୍କ ପାଇଁ ‘ଆଦର୍ଶ ଗୁରୁକୁଳମ୍‌’ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗୁରୁକୁଳମ୍‌ ପାଇଁ ୧୨ ଏକର ଜମି ଚିହ୍ନଟ ମଧ୍ୟ କରାଯାଇଛି । ଗୁରୁକୁଳମ୍‌ର ଢାଞ୍ଚା ନିର୍ଦ୍ଧାରଣ ପାଇଁ ସବ୍‌ କମିଟି ଗଠନ କରାଯାଇଛି । ଅନ୍ୟସ୍ଥାନରେ ପଢୁଥିବା ସେବାୟତଙ୍କ ପିଲାଙ୍କ ପାଇଁ ମେଧାବୃତ୍ତି ଯୋଜନା ଆରମ୍ଭ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।

ସେହିପରି ୫ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ଚିଠି ଲେଖାଯିବା ସହ ଗୁଣ୍ଡିଚା ମନ୍ଦିରର ବିକାଶ ଓ ରଥଦାଣ୍ଡକୁ ଐତିହ୍ୟ କରିଡର କରାଯିବ ବୋଲି ସୂଚନା ଦେଇଛନ୍ତି କ୍ରିଷନ କୁମାର । ଏହାସହ ଜଗନ୍ନାଥ ବଲ୍ଲଭରେ ଥିବା ପ୍ରମୋଦ ଉଦ୍ୟାନର ବିକାଶ କରାଯିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତିକରଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ତେବେ ଉଚ୍ଛେଦ କରାଯାଇଥିବା ଦୋକାନ ଏବଂ ମଠ ଗୁଡ଼ିକୁ ପୁନରୁଦ୍ଧାର ଓ ପରିଚାଳନା ପାଇଁ ମଠ, ମନ୍ଦିର ଉନ୍ନୟନ ସବ୍‌ କମିଟି ଗଠନ କରାଯାଇଥିବା କହିଛନ୍ତି କ୍ରିଷନ କୁମାର ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.