May 19, 2024

ରଜନୀକାନ୍ତଙ୍କ ‘ପେଟ୍ଟା’ ଫିଲ୍ମରେ ଧୂମ ମଚଉଛି ଓଡ଼ିଶାର ମ୍ୟୁଜିକ୍‌

1 min read
Petta-Movie-Aajira-Odisha

ଆଓରି-ନୂଆଦିଲ୍ଲୀ(୦୬/୧୨) : ତାମିଲ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘୨.୦’ ହିଟ୍‌ ସାବ୍ୟସ୍ତ ହୋଇଛି  । ‘୨.୦’ ପରେ ପୁଣି ଏକ ଫିଲ୍ମ ନେଇ ଆସୁଛନ୍ତି ରଜନୀକାନ୍ତ । ଅପକମିଂ ଫିଲ୍ମ ‘ପେଟ୍ଟା’ ପାଇଁ ଫ୍ୟାନମାନେ ଏବେଠୁ ଉତ୍ସାହିତ ହୋଇପଡ଼ିଛନ୍ତି । ଏହାରି ଭିତରେ ଫିଲ୍ମର ଏକ ଗୀତ ଫ୍ଲୋରକୁ ଆସିଛି । ତଲାଇବା ଫ୍ୟାନଙ୍କ ସମେତ ସାରା ଦେଶ ଏବେ ଏହି ଗୀତର ଦିଓ୍ୱାନା ହୋଇଛନ୍ତି । ଗୀତର ବିଟ୍‌ ଏବଂ ଲିରିକ୍ସ ଫ୍ୟାନଙ୍କୁ ପାଗଳ କରୁଛି । ସବୁଠୁ ବଡ଼ କଥା ହେଉଛି ଯେ ଗୀତର  ମ୍ୟୁଜିକ ଏବଂ ଗାୟକ ଓଡ଼ିଶାର । ଗୀତ ‘ମାରାନା ମାସ୍‌’ର ସ୍ୱର ସଂଯୋଜନା ଏବଂ କଣ୍ଠ ଦେଇଛନ୍ତି ଓଡ଼ିଶାର ଅନିରଦ୍ଧ ରବିଚନ୍ଦର ।

ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଏହି ଗୀତର ପ୍ରମୁଖ ଭୂମିକା ଗ୍ରହଣ କରିଛି ଓଡ଼ିଶାର ମା’ ଦକ୍ଷିଣକାଳୀ ସିଂହ ବାଜା ଟ୍ରୁପ୍ସ୍‌ । ଟ୍ରୁପ୍ସ୍‌ ପେପ୍ପି ଡ୍ୟାନ୍ସ ନମ୍ବର ପାଇଁ ସାଉଣ୍ଡ ଦେଇଛି ଯାହାକି ଫିଲ୍ମର ରଜନୀକାନ୍ତଙ୍କ କ୍ୟାରେକ୍ଟରକୁ ପ୍ରତିପାଦିତ କରୁଛି । ମା’ ଦକ୍ଷିଣକାଳୀ ସିଂହ ବାଜା ଟ୍ରୁପ୍ସ୍‌ର ସଦସ୍ୟମାନେ ହେଲେ, ରିବାଶ ନାୟକ, ଦିଳ୍ଲୁ ନାୟକ, ବିକାଶ ନାୟକ, ଅଶୋକ ନାୟକ, ଗୁଡୁ ନାୟକ, ଅଜୟ ନାୟକ ଏବଂ ସୁବାଶ ନାୟକ । ସମସ୍ତେ ମିଶି ବାଦ୍ୟ ଉପକରଣଗୁଡ଼ିକୁ ଗୀତର ତାଳେତାଳେ ଏତେ ସୁନ୍ଦର ଭାବେ ପ୍ଲେ କରିଛନ୍ତି ଯାହାକି ୟୁଟ୍ୟୁବ୍‌ରେ ୭ମିଲିୟନ ଭିୟୁ ହୋଇସାରିଛି ।

ଟ୍ରୁପ୍ସ୍‌ ସଦସ୍ୟ ରିବାଶ ନାୟକ କହିଛନ୍ତି, ପ୍ରଥମେ ଯେତେବେଳେ କଲ୍‌ ପାଇଲି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଭାବିଲି କେହି ମଜା କରୁଛନ୍ତି । ପରେ ବହୁବାର କଲ ଆସିଲା । ତାପରେ ହୃଦବୋଧ ହେଲା ଯେ ଆମ ଟ୍ରୁପ୍ସ୍‌କୁ ଏକ ବଡ଼ ଏବଂ ସମ୍ମାନସ୍ପଦ ପ୍ରୋଜେକ୍ଟ ମିଳିଛି । ଚଳିତ ବର୍ଷ ଜୁନରେ ଅନିରୁଦ୍ଧଙ୍କ ସହ ଚେନ୍ନାଇରେ ଏହି ଗୀତ ରେକର୍ଡ ହେଲା । ଫିଲ୍ମ ‘ପେଟ୍ଟା’ରେ ସୁପରଷ୍ଟାର ରଜନୀକାନ୍ତଙ୍କ ସମେତ ତ୍ରିଷା କ୍ରିଷ୍ଣନ, ନଓ୍ୱାଜୁଦ୍ଦିନ୍‌, ସିମରନ୍‌, ସିମ୍ମାଙ୍କ ନଜର ଆସିବେ । ଆସନ୍ତାବର୍ଷ ଜାନୁଆରୀ ୧୧ରେ ‘ପେଟ୍ଟା’ ରିଲିଜ୍‌ ହୋଇପାରେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.