April 19, 2024

ଧନୀ ତାଲିକାରେ ବିରାଟ କୋହଲିଙ୍କୁ ପଛରେ ପକାଇଲେ ସଲମାନ ଖାନ

1 min read

ଆଓରି-ନୂଆଦିଲ୍ଲୀ(୦୫/୧୨) : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ୍‌। ଦୁହେଁ ଏକା ଫିଲ୍ଡର ହୋଇ ନ ଥିଲେ ମଧ୍ୟ ଧନୀ ତାଲିକାରେ ବିରାଟଙ୍କଠାରୁ ଆଗରେ ଅଛନ୍ତି ସଲମାନ। ଫୋବର୍ସ ପକ୍ଷରୁ ପ୍ରକାଶିତ ଧନୀ ଭାରତୀୟ ସେଲିବ୍ରିଟି-୨୦୧୮ ତାଲିକା ପ୍ରକାଶ ପାଇଛି। ବର୍ଷକୁ ୨୫୩.୨୪ କୋଟି ଟଙ୍କା ଆୟ କରି ଏହି ତାଲିକାର ଶୀର୍ଷରେ ଅଛନ୍ତି ସଲମାନ ଖାନ। ବିରାଟଙ୍କ ବାର୍ଷିକ ଆୟ ୨୨୮.୦୯ କୋଟି ଟଙ୍କା ବୋଲି ଜଣାପଡିଛି। ଶ୍ରେଷ୍ଠ-୧୦ରେ ତାଲିକାରେ ଅଛନ୍ତି ଅକ୍ଷୟ କୁମାର ଓ ଦୀପିକା ପାଦୁକୋନଙ୍କ ନାମ ରହିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.