April 19, 2024

ପ୍ରସିଦ୍ଧ ବଲିଉଡ୍‌ ଗାୟକ ମିକା ସିଂହଙ୍କୁ ଗିରଫ କଲା ଦୁବାଇ ପୁଲିସ

1 min read
Mika-Sing-Arrested-Aajira-Odisha

ଆଓରି-ନୂଆଦିଲ୍ଲୀ(୭/୧୨) : ପ୍ରସିଦ୍ଧ ବଲିଉଡ୍‌ ଗାୟକ ମିକା ସିଂହ ଦୁବାଇରେ ଗିରଫ ହୋଇଛନ୍ତି । ବ୍ରାଜିଲର ଜଣେ ୧୭ ବର୍ଷୀୟା ମଡେଲ୍‌ଙ୍କୁ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଛି ।

ସୂଚନା ଅନୁଯାୟୀ, ପ୍ରତିଷ୍ଠିତ ଗାୟକ ମିକା ସିଂହ ଦୁବାଇକୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଇବାକୁ ଯାଇଥିଲେ। ସେଠାରେ ତାଙ୍କର ଜଣେ ୧୭ ବର୍ଷୀୟ ବ୍ରାଜିଲିଆନ ମଡେଲଙ୍କ ସହିତ ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ ହୋଇଥିଲା। ତେବେ ମିକା ଉକ୍ତ ମଡେଲଙ୍କ ନିକଟକୁ ଅଶ୍ଳୀଳ ଫଟୋ ପଠାଇଥିବା ନେଇ ମଡେଲ ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମିକାଙ୍କୁ ଅଟକ ରଖିଛି। ଏବେ ମିକା ସିଂହ ବୁର ଦୁବାଇ ଥାନାରେ ଅଟକ ଅଛନ୍ତି। ମଡେଲ୍‌ ଙ୍କ ଅଭିଯୋଗ ଭିତ୍ତିରେ ମିକା ସିଂହଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.