ଓଡିଶାରେ କୋରୋନା କଟକଣା : ଥଣ୍ଡା, ଜ୍ୱର, କାଶ ହେଲେ ସରକାରୀ କର୍ମଚାରୀଙ୍କୁ ମିଳିବ ୧୪ ଦିନିଆ ଛୁଟି
1 min read
ଆଓରି-ଭୁବନେଶ୍ଵର(୧୯/୦୩) : ସରକାରୀଙ୍କ କର୍ମଚାରୀଙ୍କ ପାଇଁ କୋରୋନା କଟକଣା ଜାରି କଲେ ରାଜ୍ୟ ସରକାର। ଯଦି କୌଣସି ସରକାରୀ କର୍ମଚାରୀଙ୍କୁ ଥଣ୍ଡା, ଜ୍ୱର, କାଶ ହେବ ତେବେ ତାଙ୍କୁ ୧୪ ଦିନର ଛୁଟି ମିଳିବ। ୧୪ ଦିନ ପାଇଁ ହୋମ ଆଇସୋଲେସନରେ ରହିବେ ଉକ୍ତ କର୍ମଚାରୀ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରା ସୂଚନା ଦେଇଛନ୍ତି ।
ସଂଜୀବ ଚୋପ୍ରା କହିଛନ୍ତି ଯେ, କୋରୋନା ମୁକାବିଲା ପାଇଁ ସରକାର ସତର୍କ ଅଛନ୍ତି । ଏଥିପାଇଁ ପ୍ରତିଦିନ ମିଟିଂ ହେଉଛି । ବ୍ୟକ୍ତିଗତ ସ୍ୱଚ୍ଛତା ସହ ପ୍ରବେଶ ପଥରେ ସାନିଟାଇଜ୍ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ସମସ୍ତ ସରକାରୀ ଅଫିସ ଟଏଲେଟରେ ହ୍ୟାଣ୍ଡୱାସ ଓ ଲିକ୍ୱିଇଡ଼୍ ରଖିବା ସହ ସଫାସୁତୁରା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ସମସ୍ତ ବିଭାଗ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବେ ।
ଏହି କ୍ରମରେ କୋରୋନା ସତର୍କତା ପାଇଁ ଲୋକସେବା ଭବନ କର୍ମଚାରୀଙ୍କ ପାଇଁ କଟକଣା ଜାରି ହୋଇଛି । ଏଣିକି ସାଧାରଣ ଲୋକଙ୍କୁ ଲୋକସେବା ଭବନ ମନା । ଲୋକସେବା ଭବନକୁ କେବଳ କର୍ମଚାରୀମାନେ ଯାଇପାରିବେ । ଏଥିପାଇଁ ଭିଜିଟର ପାସ ବାତିଲ କରିଛନ୍ତି।