ଇ-ଟ୍ରାନ୍ସଫର ଦ୍ୱାରା ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଜଗନ୍ନାଥଙ୍କ ୩୯୭କୋଟି
1 min read
ଆଓରି-ଭୁବନେଶ୍ଵର(୧୯/୦୩) : ଫେରିଲା ଜଗା ଟଙ୍କା । ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଜଗନ୍ନାଥଙ୍କ ୩୯୭କୋଟି ଟଙ୍କା । ଇ-ଟ୍ରାନ୍ସଫର ଦ୍ୱାରା ଏହି ଟଙ୍କା ଶ୍ରୀମନ୍ଦିର ଏସ୍ବିଆଇ ଆକାଉଣ୍ଟକୁ ଫେରସ୍ତ ହୋଇଛି । ପ୍ରଥମ କିସ୍ତିର ୩୮୯ କୋଟି ଟଙ୍କା ଫେରିଲା ତେବେ ମ୍ୟାଚୁରିଟି ପୂରଣ ନ ହେବା ଯାଏ ବାକି ୧୫୬କୋଟି ଫେରାଯିବ ନାହିଁ ବୋଲି କହିଛି ୟେସ ବ୍ୟାଙ୍କ ।
ସୁଧକୁ ମିଶାଇ ସର୍ବମୋଟ ୩୯୭ କୋଟି ୨୩ ଲକ୍ଷ ୨୭ ହାଜର ୬୩୬ ଟଙ୍କା ଫେରିଛି ଶ୍ରୀମନ୍ଦିର ପ୍ରଶାସନ ନିକଟକୁ । ଏନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପତ୍ର ଲେଖି ଜଣାଇଛନ୍ତି ୟେସ ବ୍ୟାଙ୍କ କର୍ତ୍ତୃପକ୍ଷ ।