ଯାଜପୁରରେ ୪ ଜଣ କୋରୋନା ପଜିଟିଭ ଚିହ୍ନଟ
1 min read
ଆଓରି-ଭୁବନେଶ୍ଵର(୨୩/୦୪) : ରାଜ୍ୟରେ ଆଉ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୪ଜଣ କରୋନା ଆକ୍ରାନ୍ତ ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାଜପୁରରେ ୪ ଜଣ କରୋନା ରୋଗୀ ଚିହ୍ନଟ ହେବାପରେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।
ଏମାନଙ୍କ ମଧ୍ୟରୁ ୧୧ ଜଣ ଚିକିତ୍ସାଧିନ ଥିବାବେଳେ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ରାଜ୍ୟରେ ଆଜି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ସୁସ୍ଥ ହୋଇଥିବା କରୋନା ରୋଗୀ ଜଣଙ୍କ ଭୁବନେଶ୍ବର ଅଞ୍ଚଳ ବୋଲି ଜଣାପଡ଼ିଥିଲା। ଏହାସହ ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ମଧ୍ୟ ୩୩କୁ ବୃଦ୍ଧି ପାଇଥିବାବେଳେ ୫୩ ଜଣ ଚିକିତ୍ସାଧିନ ଅଛନ୍ତି । ଏହି ଚାରି ଜଣଙ୍କ ମଧ୍ୟରେ ୪ଜଣ ମହିଳା ଓ ଜଣେ ଯୁବକ ଅଛନ୍ତି ।