ଷ୍ଟିଲ ମ୍ୟାନୁଫ୍ୟାକ୍ଚରିଙ୍ଗ ହବ ହେବ ଓଡିଶା ; ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୦୮/୦୬) : ଓଡ଼ିଶା ହେବ ଷ୍ଟିଲ୍ ମ୍ୟାନୁଫ୍ୟାକ୍ଚରିଂ ହବ୍ । ଓଡ଼ିଶା ବିନା ଭାରତରେ ଷ୍ଟିଲ୍ ଇଣ୍ଡଷ୍ଟ୍ରିର କଳ୍ପନା କରିହେବ ନାହିଁ । ଭାରତ ପୃଥିବୀର ଦ୍ୱିତୀୟ ଷ୍ଟିଲ ଉତ୍ପାଦନକାରୀ ଦେଶ । ପୃଥିବୀର ଏକମାତ୍ର ଅଂଚଳ ଯେଉଁଠି ଷ୍ଟିଲସେକ୍ଟରରେ ୬ରୁ ୮ ପ୍ରତିଶତ ଅଭିବୃଦ୍ଧି ହାର ରହିଛି । ସ୍ୱାଭାବିକ ଭାବେ ଏହାର ଲାଭ ଓଡ଼ିଶାକୁ ମିଳିବା ଆବଶ୍ୟକ ।
ଓଡ଼ିଶା ସରକାରଙ୍କ ସହଯୋଗରେ ଓଡ଼ିଶାର ଯୁବକମାନଙ୍କ ପାଇଁ, ଓଡ଼ିଶାର ରାଜସ୍ୱ ପାଇଁ ଭାରତ ବର୍ଷର ବିକାଶ ପାଇଁ ଓଡ଼ିଶାକୁ ଷ୍ଟିଲ୍ ହବ୍ କରିବାକୁ ପ୍ରଚେଷ୍ଟା କରିବୁ ବୋଲି କହିଛନ୍ତି ଇସ୍ପାତ, ପେଟ୍ରୋଲିୟମ-ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦ୍ୱିତୀୟ ଥର ପାଇଁ ଭଗବାନ ଜଗନ୍ନାଥଙ୍କ ଆଶିର୍ବାଦରୁ ଦେଶରେ ଏକ ଲୋକ କଲ୍ୟାଣକାରୀ ସରକାର ପୁନର୍ବାର ଗଠନ ହୋଇପାରିଛି । ପୁଣି ଥରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଗଢ଼ିଛି । ଏହାସହ ମୋଦିଙ୍କ କ୍ୟାବିନେଟରେ ଦୁଇ ଓଡ଼ିଆଙ୍କୁ ଦାୟିତ୍ୱ ମିଳିଥିବାରୁ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ଧର୍ମେନ୍ଦ୍ର ।
ସୂଚନାଯୋଗ୍ୟ, ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ପ୍ରଥମ ଥର ଓଡ଼ିଶା ଆସିଛନ୍ତି ଧର୍ମେନ୍ଦ୍ର-ପ୍ରତାପ । ବିଜୁପଟ୍ଟନାୟକ ବିମାନ ବନ୍ଦରରେ ଏହି ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ସେମାନେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।