March 26, 2023

ଓଡିଶାର ଜନ ଜୀବନ ସୁରକ୍ଷା ଏବଂ ସ୍ୱାର୍ଥ ରକ୍ଷା ପାଇଁ ବିଜେପି ଲଢେଇ ଜାରି ରଖିବ ; ପୃଥ୍ବୀରାଜ ହରିଚନ୍ଦନ

1 min read

ଆଓରି-ଭୁବନେଶ୍ଵର(୧୦/୦୬) : ରାଜ୍ୟ ବିଜେପି କୋର କମିଟି ଓ ରାଜ୍ୟ ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନରେ ବିଜେପି ପାଇଥିବା ସଫଳତା ପାଇଁ ଓଡିଶାବାସୀଙ୍କୁ କୃତଜ୍ଞତା ଜଣେଇବା ସହ ପରାଜୟର ସମୀକ୍ଷା କରାଯାଇଛି। ବାତ୍ୟା ଫନିରେ ରାଜ୍ୟ ସରକାରଙ୍କ ବିଫଳତା ଓ ପାଟଣାଗଡ ବିଧାୟକଙ୍କ ଏକ ସରକାରୀ ଅଫିସରଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗ ଆଲୋଚନା ହୋଇଥିବା ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଆଗାମୀ ଦିନରେ ଓଡିଶାର ଜନ ଜୀବନ ସୁରକ୍ଷା ଏବଂ ଓଡିଶାର ସ୍ୱାର୍ଥ ସମ୍ମାନ ପାଇଁ ବିଜେପି ଚୌକିଦାର ଭଳି ଲଢେଇ ଜାରି ରଖିବ ବୋଲି ହରିଚନ୍ଦନ କହିଛନ୍ତି।

ବୈଠକରେ ସାଙ୍ଗଠନିକ ସ୍ଥିତି ସୁଦୃଢ ତଥା ଆଗାମୀ ପାଟକୁରା ଏବଂ ବିଜେପୁିର ଉପନିର୍ବାଚନ ରଣନୀତି ସଂପର୍କରେ ଆଲୋଚନା ହୋଇଛି। ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମେ ରାଜ୍ୟ ବିଜେପି କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତିମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.