March 23, 2023

ଭୁବନେଶ୍ଵରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ

1 min read

ଆଓରି-ଭୁବନେଶ୍ଵର(୦୮/୦୬) : ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଦଳୀୟ କର୍ମୀ, ନାଚ, ଗୀତ ଓ ବାଜାରେ କମ୍ପିଛି ବିମାନ ବନ୍ଦର ପରିସର । ଶ୍ରୀ ପ୍ରଧାନ ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରଣାଳୟ ମିଳିଥିବାବେଳେ ସେପଟେ ବାଲେଶ୍ୱରରେ ନିର୍ବାଚିତ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ଏମ୍‌ଏସ୍‌ଏମ୍‌ଇ ଓ ମତ୍ସ୍ୟ, ଗୋ-ପାଳନ ଓ ପଶୁ ସମ୍ପଦ ବିଭାଗ ଦାୟିତ୍ୱରେ ଅଛନ୍ତି ।

କେନ୍ଦ୍ରମନ୍ତ୍ରୀ ପଦ ପାଇବାରେ ପରେ ଆଜି ଓଡିଶା ଗସ୍ତରେ ଆସିଛନ୍ତି ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ । ବିମାନ ବନ୍ଦରରେ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ବଲାଙ୍ଗୀର ସାଂସଦ ବସନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ, ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ସ୍ୱାଗତ ପାଇଁ ବିମାନ ବନ୍ଦରରେ ଉପସ୍ଥିତ ଥିଲେ । ଉଭୟ ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବେ ଓ ପରେ ଅପରାହ୍ନରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.