March 27, 2023

ଦେଶବ୍ୟାପୀ ଲାଗୁ ହେବ ଏନଆରସି ; ଅମିତ ଶାହ

1 min read

ଆଓରି-ନୂଆଦିଲ୍ଲୀ(୨୦/୧୧) : ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଆସାମରେ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ଲାଗୁ ହୋଇଥିଲା। ଏଣିକି ଦେଶବ୍ୟାପୀ ଏନଆରସି ଲାଗୁ ହେବ ବୋଲି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୁଧବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି। ଶାହା ଆଜି ରାଜ୍ୟ ସଭାରେ ଏନଆରସି ଏବଂ କାଶ୍ମୀର ସମେତ କେତେକ ପ୍ରସଙ୍ଗରେ ଆଲୋଚନାରେ ଭାଗ ନେଇଥିଲେ। ଏହି ସମୟରେ ସେ ଏନଆରସି ଉପରେ କହିଥିଲେ ଯେ, କୌଣସି ଧର୍ମର ଲୋକ ଏଥିପାଇଁ ଡରିବାର ଆବଶ୍ୟକନା ନାହିଁ। ଗରିବ ଲୋକମାନଙ୍କୁ ସରକାର ଆଇନ ସହାୟତା ଯୋଗାଇଦେବେ। ଏନଆରସି ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଆରମ୍ଭ ହୋଇଛି। ପଞ୍ଜିକାରୁ ଯେଉଁମାନଙ୍କ ନାମ ବାଦ୍‌ ପଡ଼ିଛି ସେମାନେ ଟ୍ରିବ୍ୟୁନାଲରେ ପିଟିଶନ ଦାଖଲ କରିପାରିବେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.