ଜାତୀୟ

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଏରାମ ଠାକୁର

ଆଓରି-ନୂଆଦିଲ୍ଲୀ(୨୦/୧୧) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଏରାମ ଠାକୁର ଭେଟିଛନ୍ତି । ନୂଆଦିଲ୍ଲୀ ସ୍ଥିତ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ତାଙ୍କୁ ଭେଟିଛନ୍ତି । ଉଭୟେ ହିମାଚଳ ପ୍ରଦେଶର ବିକାଶ ପାଇଁ ତୈଳ ଏବଂ ଗ୍ୟାସ ଭିତ୍ତିଭିମିକୁ ମଜବୁତ୍ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ରାଜ୍ୟର ବିକାଶ ପାଇଁ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଉଭୟ ଆଲୋଚନା କରିଥିବା ଟ୍ୱିଟ୍ କରି ଶ୍ରୀ ପ୍ରଧାନ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ,ଏହି ପ୍ରକଳ୍ପ ସ୍ୱଚ୍ଛ ଇନ୍ଧନ ବିକାଶରେ ଅଗ୍ରସର ହେବା ସହ ହିମାଚଳ ପ୍ରଦେଶକୁ କମ୍ ଅଙ୍ଗାରକାମ୍ଳଯୁକ୍ତ ଅର୍ଥବ୍ୟବସ୍ଥା ବନାଇବା ପାଇଁ ସହାୟକ ହେବ ।

ଏହି ଆଲୋଚନା କାଳରେ ଉଭୟ ମନ୍ତ୍ରୀ ହିମାଚଳ ପ୍ରଦେଶର ସିଟି ଗ୍ୟାସ ବିତରଣ(ସିଜିଡି) ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିଲେ । ଏହି ପ୍ରକଳ୍ପ ଗୁଡିକ ଥରେ ସମ୍ପୂର୍ଣ୍ଣ ହୋଇଗଲେ ରାଜ୍ୟର ସମସ୍ତ ଘର, ଶିଳ୍ପ ଏବଂ ବାଣିଜଜ୍ୱିକ କେନ୍ଦ୍ର ଗୁଡିକୁ ସ୍ୱଚ୍ଛ ପ୍ରାକୃତିକ ଇନ୍ଧନ ଯୋଗାଯାଇପାରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button