ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ
1 min read
ଆଓରି-ଭୁବନେଶ୍ଵର(୧୧/୦୫) : ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ବାଲେଶ୍ୱର ଷ୍ଟେସନ ନିକଟରେ ନିଆଁ ଲାଗିଥିବା ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି । ଖନ୍ତାପଡ଼ା ଷ୍ଟେସନ ନିକଟରେ ଅଟକି ରହିଛି ଟ୍ରେନ୍ । ଟ୍ରେନ୍ରେ ନିଆଁ ଲିଭାଇବା ପାଇଁ ବାଲେଶ୍ୱର ଏବଂ ସୋରରୁ ଅଗ୍ନିଶମ କର୍ମଚାରୀ ପହଞ୍ଚଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇଥିବା ଅଦ୍ୟାବଧି ଜଣାପଡ଼ି ନାହିଁ ।
ସୂଚନା ଅନୁଯାୟୀ, ଟ୍ରେନର ପଛପଟେ ଥିବା ଜେନେରେଟର ବଗିରେ ନିଆଁ ଲାଗିଥିଲା । ପରେ ଏହି ବଗିକୁ ଟ୍ରେନରୁ ଅଲଗା କରିଦିଆଯାଇଛି । ନିଆଁ ଲିଭାଇବା ପାଇଁ ୩ଟି ଦମକଳ ଗାଡ଼ିର ଉଦ୍ୟମ ଜାରି ରହିଛି ।