ରିଲିଫ୍ ବଣ୍ଟନରେ ଅନିୟମିତତା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କେ.ଭି ସିଂହଦେଓ
1 min read
ଆଓରି-ଭୁବନେଶ୍ଵର(୧୧/୦୫) : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ବରିଷ୍ଠ ନେତା କେଭି ସିଂହ ଦେଓ । ବାତ୍ୟା ଫୋନି ପରେ ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ କରିବାରେ ଫେଲ୍ ହୋଇଥିବା କହିଲେ କେଭି । ବାତ୍ୟା ପରବର୍ତ୍ତୀ ସ୍ଥିତି ପରିଚାଳନା କରିବାରେ ସରକାର ବିଫଳ ହୋଇଥିବା ସେ କହିଛନ୍ତି ।
ଫୋନି ବିପନ୍ନଙ୍କୁ ରିଲିଫ୍ ପାଇଁ ଏସ୍ଆର୍ସିଙ୍କୁ ଭେଟିଛନ୍ତି ବିଜେପି ନେତା କେଭି ସିଂହଦେଓ । ସେ ସତ୍ୟବାଦୀରେ ବାତ୍ୟା ପ୍ରଭାବିତଙ୍କ ସ୍ଥିତି ସମୀକ୍ଷା କରି ଫେରିଛନ୍ତି ସେମାନଙ୍କୁ ଏବେ ଯାଏଁ ରିଲିଫ୍ ମିଳିପାରି ନାହିଁ । ରାଜ୍ୟ ସରକାର ସେମାନଙ୍କ ପ୍ରତି ଧ୍ୟାନ ଦେଉ ନାହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ରାସନକାର୍ଡଧାରୀଙ୍କୁ ରିଲିଫ୍ ଦେବା ଅତ୍ୟନ୍ତ ଦୁଃଖର କଥା । ବତ୍ୟାରେ ଅନେକ ଲୋକଙ୍କ ଘର ଉଜୁଡ଼ିଛି । ବାତ୍ୟାରେ ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । କିନ୍ତୁ କେବଳ ରାସନକାର୍ଡଧାରୀଙ୍କୁ ରିଲିଫ୍ ଯୋଗାଇବା ବ୍ୟବସ୍ଥା ଠିକ୍ ନୁହେଁ । ସମସ୍ତଙ୍କୁ ରିଲିଫ୍ ମିଳିବା ଉଚିତ୍ ।