March 26, 2023

ମାଲକାନାଗିରିରେ ଲ୍ୟଣ୍ଡ୍‌ମାଇନ୍‌ ବିସ୍ଫୋରଣ ; ୨ଏସ୍‌ଓଜି ଯବାନ ଆହତ

1 min read

ଆଓରି-ଭୁବନେଶ୍ଵର(୧୧/୦୫) : ପୁଣି ମାଲକାନାଗିରିରେ ମାତିଲେ ମାଓ । ଶନିବାର ସକାଳ ୧୧ଟା ସମୟରେ ସୀମାନ୍ତ ଛତିଶଗଡ଼ର ତୁଳସୀ ପାହାଡ଼ ନିକଟସ୍ଥ ଗଦାପଦର ଗାଁ’ ନିକଟରେ ଲ୍ୟଣ୍ଡ୍‌ମାଇନ୍‌ ବିସ୍ଫୋରଣ । ଫଳରେ ୨ ଜଣ ଏସ୍‌ଓଜି ଯବାନ ଆହତ ହୋଇଛନ୍ତି।

ଯବାନମାନେ ଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଛି । ଏହାପରେ ସାଲିନି ଏବଂ କିଆଙ୍ଗରୁ ବିଏସ୍‌ଏଫ୍‌ ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଚିକିତ୍ସା ନିମନ୍ତେ ଦୁଇ ଆହତ ଯବାନଙ୍କୁ ହେଲିକପ୍ଟର୍‌ ଯୋଗେ ଡାକ୍ତରଖାନାକୁ ନିଆଯାଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.