May 20, 2024

ଟି୨୦ ସିରିଜ ଦଳରୁ ବାଦ୍‌ ପଡିଲେ ମହେନ୍ଦ୍ର ସିଂ ଧୋନୀ

1 min read
Aajira-Odisha
ଆଓରି-ନୂଆଦିଲ୍ଲୀ(୨୭/୧୦) : ୱେଷ୍ଟଇଣ୍ଡିଜ ଏବଂ ଚଳିତବର୍ଷ ପରବର୍ତ୍ତୀ ଭାଗରେ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଶୁକ୍ରବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ଏଥିରୁ ମହେନ୍ଦ୍ର ସିଂ ଧୋନୀ ବାଦ୍‌ ପଡ଼ିଛନ୍ତି। ନଭେମ୍ବର ୪ରୁ ଆରମ୍ଭ ହେବାକୁଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରୁ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ। ତେବେ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଚୟନ କମିଟି ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି।  କୋହଲି କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତର ଅଧିନାୟକତ୍ୱ କରିବେ। ସିଲେକ୍ସନ ପ୍ୟାନେଲ ଆହୁରି ମଧ୍ୟ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ପ୍ରଥମ ୪ ଦିନିଆ ମ୍ୟାଚ ପାଇଁ ୧୫ ଜଣିଆ ଭାରତ ଏ’ ଦଳ ମନୋନୟନ କରିଛି।
ୱେଷ୍ଟଇଣ୍ଡିଜ ବିପକ୍ଷ  ଟି୨୦ ସିରିଜ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, କେ.ଏଲ. ରାହୁଲ, ଦୀନେଶ କାର୍ତ୍ତିକ, ମନୀଷ ପାଣ୍ଡେ, ଶ୍ରେୟାସ ଆୟାର, ରିଷଭ ପନ୍ତ୍‌ (ଉଇକେଟକିପର), କ୍ରୁନାଲ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲ୍‌ଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍‌ରା, ଖଲିଲ ଅହମ୍ମଦ, ଉମେଶ ଯାଦବ ଓ ଶାହବାଜ ନଦିମ।
ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ: ବିରାଟ କୋହଲି (ଅଧିନାୟକ), ଏମ. ବିଜୟ, କେ.ଏଲ୍‌.  ରାହୁଲ, ପୃଥ୍ବୀ ଶ’, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ହନୁମା ବିହାରି, ରୋହିତ ଶର୍ମା, ରିଷଭ ପନ୍ତ୍‌, ପାର୍ଥିବ ପଟେଲ, ଆର. ଅଶ୍ୱିନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ଈଶାନ୍ତ ଶର୍ମା, ଉମେଶ ଯାଦବ, ଯଶପ୍ରୀତ ବୁମ୍‌ରା ଓ ଭୁବନେଶ୍ୱର କୁମାର।
ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାଓ୍ବନ, କେ.ଏଲ୍‌. ରାହୁଲ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ଦୀନେଶ କାର୍ତ୍ତିକ, ରିଷଭ ପନ୍ତ୍‌ (ଉଇକେଟକିପର), କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍‌ରା, ଉମେଶ ଯାଦବ ଓ ଖଲିଲ ଅହମ୍ମଦ।
ଭାରତ ଏ’ ଦଳ: ଅଜିଙ୍କ୍ୟ ରାହାନେ (ଅଧିନାୟକ), ଏମ. ବିଜୟ, ପୃଥ୍ଵୀ ଶ’, ମୟଙ୍କ ଅଗ୍ରୱାଲ, ହନୁମା ବିହାରି, ରୋହିତ ଶର୍ମା, ପାର୍ଥିବ ପଟେଲ (ଉଇକେଟକିପର), କେ. ଗୋଥାମ, ଶାହବାଜ ନଦିମ, ମହମ୍ମଦ ସିରାଜ, ନବଦୀପ ସଇନୀ, ଦୀପକ ଚହର, ଆର. ଗୁରବାଣୀ, ବିଜୟ ଶଙ୍କର, କେ.ଏସ୍‌. ଭରତ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.