ବର୍ଷା ଧୋଇନେଲା ପ୍ରଥମ ଦିନର ଖେଳ
1 min read
ଆଓରି-ସାଉଥହାମ୍ପଟନ୍(୧୮/୦୬) : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପର ଫାଇନାଲ ଆଗରେ ବର୍ଷା ଏକ ବଡ଼ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳକୁ ବାତିଲ କରାଯାଇଛି । ଆସନ୍ତା କାଲି ପାଗ ଭଲ ରହିଲେ ଟସ ପଡ଼ି ଖେଳ ଆରମ୍ଭ ହେବ । କିନ୍ତୁ ଆସନ୍ତା କିଛି ଦିନ ପର୍ୟ୍ୟନ୍ତ ସାଉଥହାମ୍ପଟନରେ ବର୍ଷା ସମ୍ଭାବନା ଥିବାରୁ ଖେଳ ଆରମ୍ଭ ହେବାକୁ ନେଇ ଆଶଙ୍କା ଦେଖାଦେଇଛି ।ଏହି ମ୍ୟାଚ ପାଇଁ ଗୋଟିଏ ଦିନ ଅର୍ଥାତ ୨୩ ତାରିଖ ରିଜର୍ଭ ଡେ ବା ସଂରକ୍ଷିତ ଦିବସ ଥିଲେ ବି ସେ ଦିନ ମଧ୍ୟ ବର୍ଷାର ସମ୍ଭାବନା ରହିଛି । ଯଦି ମ୍ୟାଚ ବାତିଲ ହୋଇଯାଏ ତେବେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡକୁ ଯୁଗ୍ମ ବିଜେତା ଘୋଷଣା କରାଯିବ ।