March 21, 2023

ମୋଦି ସରକାର ଓଡ଼ିଶାବାସୀଙ୍କ ପାଇଁ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି ; ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୨୧/୦୮) : ଚଳିତବର୍ଷ ବାତ୍ୟା ‘ଫନୀ’ ଦ୍ୱାରା ଗୁରୁତର ପ୍ରଭାବିତ ହୋଇଥିବା ଓଡ଼ିଶାର ପୁନରୁଦ୍ଧାର ଓ ଲୋକଙ୍କ ଜୀବନଜୀବିକା ପାଇଁ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ମିଳିଛି। ଏହି ଅର୍ଥକୁ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଏହାସହ ମୋଦି ସରକାର ଓଡ଼ିଶାବାସୀଙ୍କ ପାଇଁ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି ବୋଲି ସାମାଜିକ ଗଣମାଧ୍ୟମ ଜରିଆରେ ଶ୍ରୀ ପ୍ରଧାନ ବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ବାତ୍ୟା ‘ଫନୀ’ ଦ୍ୱାରା ପ୍ରଭାବିତ ଓଡ଼ିଶାର ଲୋକଙ୍କ ପାଇଁ ରିଲିଫ୍‌ ଓ ପୁନଃ ଥଇଥାନ ଲାଗି ରାଷ୍ଟ୍ରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନ୍‌ଡିଆର୍‌ଏଫ୍‌)ରୁ ୩୩୩୮.୨୨ କୋଟି ଟଙ୍କା ମଞ୍ଜୁରୀ କାମକୁ ତ୍ୱରାନ୍ୱିତ କରିବ। କେନ୍ଦ୍ର ସରକାରଙ୍କ ଏହି ଆର୍ଥିକ ସହାୟତା ପୂର୍ବାପେକ୍ଷା ଅଧିକ। ସାମୁଦ୍ରିକ ବାତ୍ୟା ‘ଫନୀ’ ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କୁ ୩୪୦ କୋଟି ଟଙ୍କାର ଅଗ୍ରିମ ରାଶି କେନ୍ଦ୍ର ତରଫରୁ ପ୍ରଦାନ କରାଯାଇଥିଲା । ଗତ ମେ ୬ ତାରିଖରେ ପ୍ରଧାନମନ୍ତ୍ରୀ ଫନୀ ପ୍ରଭାବିତ ଅଞ୍ଚଳ ବୁଲିବା ସହ ଆହୁରି ୧ ହଜାର କୋଟି ଟଙ୍କାର ତ୍ୱରିତ ସହାୟତା ରାଶି ଦେବା ପାଇଁ ଘୋଷଣା କରିଥିଲେ । ଓଡ଼ିଶାକୁ ନିଜ ଗୋଡ଼ରେ ଠିଆ ହେବା ପାଇଁ କେନ୍ଦ୍ର ସରକାର ଏହି ସହାୟତା ଯୋଗାଇ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.