ଓଡ଼ିଶା ମାନବାଧିକାର କମିଶନ ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ବି.ପି ଦାସ
1 min read
ଆଓରି-ଭୁବନେଶ୍ଵର(୨୨/୦୮) : ଓଡ଼ିଶା ମାନବାଧିକାର କମିଶନ ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ବି.ପି ଦାସ । ଅନ୍ୟପଟେ ଅସିମ୍ ଅମିତାଭ ଦାସଙ୍କୁ ଦିଆଗଲା ମାନବାଧିକାର କମିଶନ ସଦସ୍ୟତା । ଏନେଇ ଆଜି ରାଜ୍ୟପାଳ ସେମାନଙ୍କ ନିଯୁକ୍ତିକୁ ମୋହର ମାରିଛନ୍ତି ।
ତେବେ ଅସିମ୍ ଅମିତାଭ ପୂର୍ବରୁ ବିଜେଡି ଆଇନ୍ ସାମୁଖ୍ୟ ସେଲ୍ର ସଭାପତି ରହିସାରିଛନ୍ତି । ସେହିଭଳି ଜଷ୍ଟିସ ବିପି ଦାସ୍ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାର ସମାଧାନ ଦିଗରେ ମୂଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଗତ ୧୯ ତାରିଖରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ତେବେ ଅଧ୍ୟକ୍ଷ ଓ ସଦସ୍ୟ ପଦ ପାଇଁ ୩-୩ ଜଣଙ୍କ ନାଁ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଥିଲା ।