May 19, 2024

କେନ୍ଦ୍ର ସରକାରଙ୍କ କୋଟି କୋଟି ଟଙ୍କାକୁ ଲୋକଙ୍କ ବିକାଶ କାମରେ ଲଗାଉ ନାହନ୍ତି ରାଜ୍ୟ ସରକାର ; ସମୀର ମହାନ୍ତି

1 min read
BJP-Target-BJD-aajira-odisha

ଆଓରି-ଭୁବନେଶ୍ଵର(୨୧/୦୮) : ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲା ବିଜେପି । ରାଜ୍ୟର ବିକାଶ ପାଇଁ କେନ୍ଦ୍ର ଯେଉଁ ଟଙ୍କା ଦେଉଛି ତାକୁ ରାଜ୍ୟ ସରକାର ଖର୍ଚ୍ଚ ନକରି ପକାଇ ରଖୁଛନ୍ତି । ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଦେଉଥିଲେ ମଧ୍ୟ ତାକୁ ଲୋକଙ୍କ ବିକାଶ କାମରେ ଲଗାଉ ନାହନ୍ତି ରାଜ୍ୟ ସରକାର । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ବିଜେପି ପକ୍ଷରୁ ରାଜ୍ୟ ଉପସଭାପତି ସମୀର ମହାନ୍ତି ଏଭଳି ଅଭିଯୋଗ କରିଛନ୍ତି । ସେପଟେ ପ୍ରଚୁର ଟଙ୍କା ଆସୁଥିଲେ ମଧ୍ୟ

ରାଜ୍ୟ ସରକାର ଦୁଇ ଲକ୍ଷ କୋଟି ଟଙ୍କାର ଯେଉଁ ପୁଞ୍ଜି ନିବେଶ କଥା କହିଛନ୍ତି ତାହା କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବୋଲି ବିଜେପି ଅଭିଯୋଗ କରିଛି । ଏହି ଦୁଇ ଲକ୍ଷ କୋଟି ଟଙ୍କାରେ ରାଜ୍ୟ ସରକାର ଯେଉଁ ସବୁ ପ୍ରୋଜେକ୍ଟ ସାମିଲ କରିଛନ୍ତି ସେଥିପାଇଁ ବହୁ ପୂର୍ବରୁ କେନ୍ଦ୍ର ସରକାର ଟଙ୍କା ମଞ୍ଜୁର କରି ସାରିଛନ୍ତି । କିନ୍ତୁ ରାଜ୍ୟ ସରକାର ଆନୁସଙ୍ଗିକ ବିଧିବ୍ୟବସ୍ଥା କରିବାରେ ବିଳମ୍ବ କରିଥିଲେ । ସେହିଭଳି ଖୋର୍ଦ୍ଧାରେ ପାଇକ ସ୍ମାରକୀ ପାଇଁ କେନ୍ଦ୍ରରୁ ଟଙ୍କା ମଞ୍ଜୁର ହୋଇସାରିଥିଲେ ମଧ୍ୟ ତାହା ଖର୍ଚ୍ଚ କରି ନାହାନ୍ତି ରାଜ୍ୟ ସରକାର । ତେବେ ଏଭଳି ବିଭିନ୍ନ ଦିଗରେ ରାଜ୍ୟର ବିକାଶ ପାଇଁ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ମଞ୍ଜୁର କରି ସାରିଛନ୍ତି ହେଲେ ରାଜ୍ୟ ସରକାର ତାହା ଖର୍ଚ୍ଚ କରି ନପାରିବାକୁ ପଡ଼ି ରହିଛି ।

ଅନେକ ପୂର୍ବରୁ ଏନ୍‌ଟିପିସି ଓ ଟିଟିପିସି ପାଇଁ କେନ୍ଦ୍ର ସରକାର ଟଙ୍କା ମଞ୍ଜୁର କରିସାରିଛନ୍ତି । ହେଲେ ଏବେ ବି ଏହି ପ୍ରକଳ୍ପର ନବିକରଣ କାମ ଅଟକି ରହିଛି । ଏମିତିକି ଭଦ୍ରକ ଟେକ୍ସଟାଇଲ୍‌ ପାର୍କର ରିନୋଭେସନ୍‌ କାମ ମଧ୍ୟ ରାଜ୍ୟ ସରକାରଙ୍କ ଅପରାଗତା ଯୋଗୁଁ ଅଟକି ରହିଛି । ସେହିଭଳି ରାଜ୍ୟରେ ରେଳ ବିଭାଗର ବିକାଶ ପାଇଁ ମଧ୍ୟ ୧୨,୨୮୬ କୋଟି ଟଙ୍କା ମଞ୍ଜୁର କରାଯାଇଛି କିନ୍ତୁ ସେହି ଟଙ୍କା ଏବେ ବି ପଡ଼ି ରହିଛି । ବିଭନ୍ନ ସମୟରେ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରିପାରୁ ନଥିବାରୁ ତାହା ପୁଣି କେନ୍ଦ୍ରକୁ ଫେରି ଯାଉଛି ବୋଲି ବିଜେପି ଅଭିଯୋଗ କରିଛି ।

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.