May 19, 2024

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ପ୍ରମଥ ପଟ୍ଟନାୟକ

1 min read
Justice-Pramath-Patnaik-Took-Oath-Aajira-Odisha

ଆଓରି-ଭୁବନେଶ୍ଵର(୦୮/୦୨) : ଆଜି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ. ଏସ୍‌. ଜାଭେରୀ ତାଙ୍କୁ ପଥ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଏହାପୂର୍ବରୁ ଜଷ୍ଟିସ ପ୍ରମଥ ପଟ୍ଟନାୟକ ଝାଡ଼ଖଣ୍ଡ ହାଇକୋର୍ଟରେ କାର୍ଯ୍ୟ କରୁଥିଲେ । ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ହାଇକୋର୍ଟର ବିଚାରପତି ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରିବାକୁ ସୁପ୍ରିମକୋର୍ଟର କଲେଜିୟମ ସୁପାରିଶ କରିଥିଲେ । ଏଥିପାଇଁ ଜଷ୍ଟିସ ପଟ୍ଟନାୟକ କଲେଜିୟମଙ୍କୁ ଅନୁରୋଧ କରିଥିଲେ । ସେ ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ସେବାରତ ଥିଲେ । ତେବେ ୨୦୧୪, ଡିସେମ୍ବର ୨୨ରେ ତାଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟଙ୍କୁ ବଦଳି କରାଯାଇଥିଲା । ସେବେଠାରୁ ସେ ଝାଡ଼ଖଣ୍ଡ ହାଇକୋର୍ଟରେ ସେବାରତ ଥିଲେ । ତେବେ ପୁଣି ନିଜ ଗୃହରାଜ୍ୟକୁ ଫେରିବାକୁ ସେ ଇଚ୍ଛା ପ୍ରକଟ କରି ଓଡିଶାକୁ ବଦଳି ପାଇଁ କଲେଜିୟମଙ୍କୁ ଅନୁରୋଧ କରିଥିଲେ । ଜଷ୍ଟିସ ପ୍ରମଥଙ୍କୁ ମିଶାଇ ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୫ ଛୁଇଁଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.