May 20, 2024

କାଳିଆ ଯୋଜନା କରି ଚାଷୀଙ୍କୁ ସରକାର ଭୁଆଁ ବୁଲାଉଥିବା ଅଭିଯୋଗ କରି ରାଜ ରାସ୍ତାରେ ଗର୍ଜିଲେ ଚାଷୀ

1 min read

ଆଓରି-ଭୁବନେଶ୍ଵର(୦୭/୦୨) : ସୁବର୍ଣ୍ଣପୁର ଜିଲ୍ଲା ରାଜ ରାସ୍ତାରେ ଗର୍ଜିଲେ ଚାଷୀ । ଚାଷୀଙ୍କ ଜମିକୁ ଜଳସେଚନ, ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି, ଅଭାବି ଧାନ ବିକ୍ରି ସହ ଗତକାଲି ଚାଷୀଙ୍କ ଉପରେ ହୋଇଥିବା ପୋଲିସର ଜୁଲୁମକୁ ବିରୋଧ କରି ଏକ ବିଶାଳ ସମାବେଶ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା କୃଷକ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଏହି ସମାବେଶରେ ଏକ ବିରାଟ ଚାଷୀ ରାଲି ରୟାଲ ପଡିଆରୁ ବାହାରି ସହର ପରିକ୍ରମା କରିଥିଲା ।

ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ପରେ ସେଠାରେ ଚାଷୀ ବିରୋଧି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କାଳିଆ ଯୋଜନା କରି ଚାଷୀଙ୍କୁ ସରକାର ଭୁଆଁ ବୁଲାଉଥିବା ଅଭିଯୋଗ କରିବା ସହ ଚାଷିମାନଙ୍କର କୌଣସି ଦାବୀକୁ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଯଦି ସରକାର କୌଣସି ପଦକ୍ଷେପ ନନେବେ ତାହେଲେ ଆନ୍ଦୋଳନ ଆହୁରି ତିବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଏହି ସମାବେଶରେ ଜିଲ୍ଲାର ୨ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.