May 15, 2024

ସିବିଆଇ ଅତିରିକ୍ତ ନିର୍ଦ୍ଦେଶକ ହେଲେ ଏମ.ନାଗେଶ୍ୱର ରାଓ

1 min read

ଆଓରି-ନୂଆଦିଲ୍ଲୀ(୧୯/୧୨) : କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ( ସିବିଆଇ)ର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଏମ.ନାଗେଶ୍ୱର ରାଓଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ପଦକୁ ପଦୋନ୍ନତି ମିଳିଛି । ୧୯୮୬ ବ୍ୟାଚର ଓଡିଶା କ୍ୟାଡର ଆଇପିଏସ ଅଫିସର ଶ୍ରୀ ରାଓଙ୍କ ପୋନ୍ନତିକୁ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ଅନୁମୋଦନ କରିଛି । ୨୦୧୬ରେ ସେ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ପଦରେ ଯୋଗଦେଇଥିଲେ । ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ପଦରେ ଯୋଗ ଦେଇଥିଲେ । ସିବିଆଇର ଦୁଇ ବରିଷ୍ଠ ଅଧିକାରୀ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦକୁ ନେଇ ସରକାର ଅକ୍ଟୋବର 24ରେ ଉଭୟଙ୍କୁ ଛୁଟିରେ ପଠାଇବା ସହ ଶ୍ରୀ ରାଓଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.