ଖୁବଶୀଘ୍ର ୯୯ ପ୍ରତିଶତ ସାମଗ୍ରୀ ଉପରେ ଜିଏସଟି ୧୮ ପ୍ରତିଶତକୁ ହ୍ରାସ କରାଯିବା ; ନରେନ୍ଦ୍ର ମୋଦି
1 min readଆଓରି-ନୂଆଦିଲ୍ଲୀ(୧୮/୧୨) : ଖୁବ୍ ଶୀଘ୍ର ହ୍ରାସ ହେବ ସାମଗ୍ରୀ ଦର । ଖୁବଶୀଘ୍ର ୯୯ ପ୍ରତିଶତ ସାମଗ୍ରୀ ଉପରେ ଜିଏସଟି ୧୮ ପ୍ରତିଶତକୁ ହ୍ରାସ କରାଯିବା ନେଇ ସଙ୍କେତ ଦେଇଛନ୍ତି ପିଏମ୍ ମୋଦି । ସେ କହିଛନ୍ତି କେବଳ କିଛି ଜିନିଷ ଉପରେ ହିଁ ଜିଏସଟି ୨୮ ପ୍ରତିଶତ ରହିବ ଏବଂ ବାକି ସବୁ ଜିନିଷ ଉପରେ ୧୮ ପ୍ରତିଶତ କିମ୍ବା ତାଠାରୁ କମ୍ ଜିଏସଟି ଲାଗିବ । ଯଦି ଏମିତି ହେବ ତେବେ ପ୍ରାୟ ୩୫ଟି ସାମଗ୍ରୀ ଶସ୍ତା ହୋଇଯିବ । ଏହି ସାମଗ୍ରୀ ଗୁଡିକ ମଧ୍ୟରେ ଏସି, ଡିଜିଟାଲ କ୍ୟାମେରା, କାର୍ ଭଳି ଜିନିଷ ସାମିଲ । ଅବଶ୍ୟ ସରକାର ଏହା କହିସାରିଛନ୍ତି ଯେ ସିଗାରେଟ୍ ଓ ତମ୍ବାଖୁ ପ୍ରଡକ୍ଟଗୁଡିକୁ ପୂର୍ବପରି ୨୮% ଜିଏସଟି ଅନ୍ତର୍ଭୁକ୍ତ ରହିବ ।
ଜିଏସଟି ଉପରେ ପିଏମ କହିଛନ୍ତି, ‘ଆମ ଦେଶରେ ଦଶନ୍ଦି ଧରି ଜିଏସଟିର ଆବଶ୍ୟକତା ରହିଥିଲା । ଆଜି ଆମେ ସନ୍ତୋଷର ସହ କହିପାରିବୁ ଯେ ଜିଏସଟି ଲାଗୁ ହେବା ପରେ ସିଷ୍ଟମର କାର୍ଯ୍ୟକ୍ଷମତା ବଢିଛି ।’ ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରାରମ୍ଭିକ ସମୟରେ ଜିଏସଟି, ଅଲଗା ଅଲଗା ରାଜ୍ୟରେ ଭ୍ୟାଟ୍ ଓ ଏକ୍ସସାଇଜର ଯେଉଁ ବ୍ୟବସ୍ଥା ଥିଲା ତାରି ଛତ୍ରଛାୟା ତଳେ ଆଗକୁ ବଢୁଥିଲା । ଧିରେ ଧିରେ ବିଚାର ବିମର୍ଷ ପରେ ଏଥିରେ ପରିବର୍ତ୍ତନ ଆସିଲା । ବିକଶିତ ଦେଶରେ ମଧ୍ୟ ଛୋଟଛୋଟ ରିଫର୍ମ ଲାଗୁ ହେବା ଏତେ ସହଜ ହୋଇନଥାଏ । ଜିଏସଟି ଲାଗୁ ହେବା ପୂର୍ବରୁ ରେଜିଷ୍ଟର୍ଡ ଏଣ୍ଟରପ୍ରାଇଜେସର ସଂଖ୍ୟା ମାତ୍ର ୬୬ ଲକ୍ଷ ଥିଲା ଏବଂ ଏବେ ଏହା ବଢି ୧ କୋଟି ୨୦ ଲକ୍ଷ ହୋଇଯାଇଛି । ସେ କହିଛନ୍ତି ସାରା ଦେଶ ଏତେ ବଡ ପଦକ୍ଷେପକୁ ସଫଳ କରିବା ପାଇଁ ଚେଷ୍ଟା କଲା । ସମସ୍ତଙ୍କ ମନୋବଳ ଏବଂ ଚେଷ୍ଟା ଯୋଗୁଁ ଆଜି ଦେଶ ଏତେବଡ ପରିବର୍ତ୍ତନ ଆଣିବାରେ ସଫଳ ହେଲା ।