April 19, 2024

ଭାରସାମ୍ୟ ହରାଇ ୩୦୦ଫୁଟ ତଳକୁ ଖସିଲା ବସ ; ୧୧ ମୃତ

1 min read
Bus-Accident-In Gujarat-Aajira Odisha

ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୨୩/୧୨) : ଗୁଜୁରାଟ ଡାଙ୍ଗ ଜିଲ୍ଲାରେ ମହାଲ-ବାରଡିପାଡା ହାଇୱେରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୭ ଛାତ୍ରଛାତ୍ରୀଙ୍କ ସମେତ ସମୁଦାୟ ୧୧ ଜଣଙ୍କ ମୃତ୍ୟୁ ଘଟିଛି । କିଛି ଛାତ୍ରଛାତ୍ରୀଙ୍କ ଅବସ୍ଥା ଏବେବି ଗୁରୁତର ଅଛି । ସେମାନଙ୍କୁ ସୁରଟର ନୂଆ ସିବିଲ୍ ହସ୍ପିଟାଲ ରେଫର କରାଯାଇଛି । ଘଟଣା ପରେ ଏନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ସେ ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨.୫୦ ଲକ୍ଷ ଏବଂ ଆହତଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ଗୁରୁକୃପା ଟ୍ୟୁସନ୍ କ୍ଲାସିସରେ ପଢୁଥିବା ସୁରଟର ଆମରୋଲୀ ଓ ଛାପରାବାଠା ଅଞ୍ଚଳର ପ୍ରାୟ ୬୦ ଛାତ୍ରଛାତ୍ରୀଙ୍କୁ ଶନିବାର ବସ ଯୋଗେ ଡାଙ୍ଗର ଶବରୀଧାମ, ପମ୍ପା ସରୋବର ପାଇଁ ବାହାରିଥିଲେ । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ମହାଲ-ବାରଡିପାଡା ହାଇୱେରେ ପହଞ୍ଚିବା ସମୟରେ ବସ ଡ୍ରାଇଭର ନିୟନ୍ତ୍ରଣ ହରାଇବା ଫଳରେ ବସଟି ୩୦୦ ଫୁଟ ଖାଇ ତଳକୁ ଖସିପଡିଥିଲା । ଡାଙ୍ଗା-ତାପୀ ପ୍ରଶାସନ ଅନୁସାରେ ଘଟଣାର ସୂଚନା ପାଇବା କ୍ଷଣି ଉଚ୍ଚ ଅଧିକାରୀଙ୍କ ସମେତ ଏକ ଗ୍ରୁପ୍ ଆସିପହଞ୍ଚିଲେ । ଅନ୍ଧାର କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ମଧ୍ୟ ସୃଷ୍ଟି ହୋଇଥିଲା ।

ତେବେ ସୂଚନା ଅନୁସାରେ ଘଟଣାସ୍ଥଳରେ ୩ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ୧୦ରୁ ଅଧିକ ଆମ୍ବୁଲାନ୍ସ ଜରିଆରେ ଆନଫାନନରେ ସବୁ ପିଲାଙ୍କୁ ଜେନେରାଲ ହସ୍ପିଟାଲ ନିଆଗଲା, ଯେଉଁଠାରେ ସେମାନଙ୍କୁ ନୂଆ ସିଭିଲ୍ ହସ୍ପିଟାଲ ରେଫର କରାଗଲା । ତେବେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୧କୁ ପହଞ୍ଚିଛି । ସବୁ ପିଲାଙ୍କ ବୟସ ୧୦ରୁ ୧୬ ବର୍ଷ ମଧ୍ୟରେ ଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.