April 19, 2024

ଅଷ୍ଟ୍ରେଲିଆ ସବୁଠୁ ଉଚ୍ଚ ପର୍ବତ ଉପରେ ତ୍ରିରଙ୍ଗା ଉଡାଇ ରେକର୍ଡ ସୃଷ୍ଟି କଲେ ୮ ବର୍ଷୀୟ ବାଳକ ସମନ୍ୟୁ

1 min read
Samanyu-Pothuraju-Aajira-Odisha

ଆଓରି-ନୂଆଦିଲ୍ଲୀ(୨୩/୧୨) : ୮ ବର୍ଷୀୟ ସମନ୍ୟୁ ପାଥୁରାଜୁ ପୁଣି ଥରେ ଭାରତ ପାଇଁ ଆଣିଲେ ଗୌରବ । ନିଜ ନାଁରେ କଲେ ଆଉ ଏକ ଅକଳ୍ପନୀୟ ରେକର୍ଡ । ବହୁ ଉଚ୍ଚ ପବର୍ତ, ପଥର ଭରା ରାସ୍ତା, ରକ୍ତ ଜମାଟ ବାନ୍ଧିଯିବା ଭଳି ଥଣ୍ଡା, ଚାରିଆଡ଼େ ବରଫ ଆଉ ବରଫ, ଏହା ସତ୍ତ୍ୱେ ବି ଅଷ୍ଟ୍ରେଲିଆର ସବୁଠୁ ଉଚ୍ଚ ପର୍ବତ କୋଜିଓସ୍କୋର ଶିଖରରେ ପହଞ୍ଚିପାରିଛନ୍ତି ହାଇଦ୍ରାବାଦର ସମନ୍ୟୁ ।

ଏହି ପର୍ବତ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍‌ ଓ୍ୱେଲ୍ସ ରାଜ୍ୟରେ ଅବସ୍ଥିତ । ସମୁଦ୍ର ପତନରୁ ୨,୨୨୮ ମିଟର (୭,୩୧୦ ଫୁଟ) ଏହି ପର୍ବତ ଅଷ୍ଟ୍ରେଲିଆ ସବୁଠୁ ଉଚ୍ଚ ପର୍ବତ ବୋଲି ଜଣାଯାଏ । ଶିଖରରେ ପହଞ୍ଚି ତ୍ରିରଙ୍ଗା ଉଡ଼ାଇ ଫେରିବା ପରେ ସମନ୍ୟୁଙ୍କ ପାଇଁ ପ୍ରଶଂସାର ଛୁଅ ଛୁଟିଛି ।

ଅଷ୍ଟ୍ରେଲିଆର ଏହି ଉଚ୍ଚତମ ଶିଖରରେ ଡିସେମ୍ବର ୧୨ରେ ସମନ୍ୟୁ ପହଞ୍ଚିଥିଲେ । ସମନ୍ୟୁଙ୍କ ସହ ତାଙ୍କ ମା’ ଲାବନ୍ୟା ଏବଂ ଭଉଣୀ ଥିଲେ । ଶିଖରରେ ପହଞ୍ଚି ଫେରିବା ପରେ ସମନ୍ୟୁ କହିଛନ୍ତି ସେ କେବେ ଅଟକି ପାରିବେନି । ଜାପାନର ଫୁଜି ପର୍ବତର ଶିଖରରେ ପହଞ୍ଚିବା ସମନ୍ୟୁଙ୍କ ପରବର୍ତ୍ତୀ ଟାର୍ଗେଟ ରହିଛି । ଏୟାରଫୋର୍ସରେ ଚାକିରୀ କରିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ସମନ୍ୟୁ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.