May 8, 2024

ମହାପ୍ରଭୁଙ୍କୁ ଦର୍ଶନ କଲେ ପୂର୍ବତ୍ତନ ଖେଳାଳି ଅନିଲ କୁମ୍ବଲେ

1 min read
Anil-Kumble-Aajira-Odisha

ଆଓରି-ଭୁବନେଶ୍ଵର(୭/୧୨) : ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଖେଳାଳୀ ଅନୀଲ କୁମ୍ବଲେ  ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ପ୍ରାୟ ୬ଟା ୨୦ରେ କୁମ୍ବଲେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ଶ୍ରୀମନ୍ଦିର ସୂଚନା ଅଧିକାରୀ ସୁଦୀପ ଚାଟାର୍ଜୀ ତାଙ୍କୁ ସ୍ଵାଗତ କରିଥିଲେ। ଏହାପରେ କୁମ୍ବଲେ ସ୍ତ୍ରୀଙ୍କ ସହ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ବେଢ଼ା ପରିସର ଅନ୍ୟାନ୍ୟ ମନ୍ଦିର ମଧ୍ୟ ବୁଲି ଦେଖିଥିଲେ। ଦର୍ଶନ ସାରି ଫେରିବା ପରେ  କୁମ୍ବଲେ କହିଥିଲେ ଯେ, ମହାପ୍ରଭୁଙ୍କୁ ଦର୍ଶନ କରି  ବହୁତ ଖୁସି ଲାଗୁଛି। ପୁଅର ଜନ୍ମଦିନ  ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ପୁଅର ଶୁଭକାମନା କରିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.