May 19, 2024

ବାଲେଶ୍ୱର ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ

1 min read
District-Soil-Day-Aajira-Odisha

ଆଓରି-ଭୁବନେଶ୍ଵର(୦୬/୧୨) : ବାଲେଶ୍ୱର ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ସ୍ଥାନୀୟ ଗାନ୍ଧିସ୍ମୃତି ଭବନରେ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମାନସ ରଞ୍ଜନ ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଚାଷ ଜମିର ଉର୍ବରତା ବୃଦ୍ଧି ନେଇ ଉଚିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ସରକାରଙ୍କ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ମୃତ୍ତିକା ସଂରକ୍ଷଣ ବିଭାଗରେ ଜମିରୁ ମାଟି ଆଣି ପରୀକ୍ଷା କରି ଆବଶ୍ୟକ ସାର ଓ କୀଟନାଶକ ପ୍ରୟୋଗ କରିବା ଉଚିତ ବୋଲି ସେ କହିଥିଲେ । ବାଲିଆପାଳ କୃଷି ବୈଜ୍ଞାନିକ କେନ୍ଦ୍ରର ବୈଜ୍ଞାନିକ ସୁନୀଲ କୁମାର ମହାପାତ୍ର ଏବଂ ଜିଲ୍ଲାକୃଷି ଉପନିର୍ଦେଶକ କୈଳାଶ ଚନ୍ଦ୍ର ପରିଡ଼ା ପ୍ରମୁଖ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ମୃତ୍ତିକା ସଂରକ୍ଷଣ ଓ ବିଶ୍ୱ ମୃତ୍ତିକା ଦିବସ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥିମାନେ ଚାଷୀମାନଙ୍କ ଚାଷୀ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.