May 19, 2024

ଡିସେମ୍ବର ୧୪ ବାରିପଦାରେ ଆୟୋଜିତ ହେବ ନିଯୁକ୍ତି ମେଳା

1 min read
Nijukti-Mela-Aajira-Odisha

ଆଓରି-ଭୁବନେଶ୍ଵର(୭/୧୨) : ବାରିପଦାରେ ଛଉପଡିଆଠାରେ ଡିସେମ୍ବର ୧୪ରେ ଆୟୋଜିତ ହେବ ନିଯୁକ୍ତି ମେଳା । ଉଦଳା ଓ ବାରିପଦାର ବେକାର ଯୁବକ ଓ ଯୁବତୀଙ୍କୁ କର୍ମନିଯୁକ୍ତି ଯୋଗାଇବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ । ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ୨୦ଟି ସଂସ୍ଥା ୧୬୫୦ଜଣଙ୍କୁ ନିଯୁକ୍ତି ଦେବେ । ୫ମ ପାସ୍ କରିଥିବା ବ୍ୟକ୍ତି ଏହି ମେଳାରେ ସାମିଲ ହୋଇପାରିବେ । ସେହିପରି ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ଏଥିରେ ସୁଯୋଗ ରହିଛି ।

ଏହି ମେଳା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି । ବାରିପଦା ମୁନିସିପାଲଟି ଅଫିସରେ , ଉଦଳା ବିଜ୍ଞାପିତ ଅଫିସରେ, ଏବଂ ସ୍ଥାନୀୟ ପଞ୍ଚାୟତ କାର୍ଯାଳୟରେ ଆବେଦନକାରିମାନେ ନିଜ ନାମକୁ ପଞ୍ଜିକୃତ କରିପାରିବେ । ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରକାର ସୁବିଧା ସହଯୋଗ ଯୋଗାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.