ଜିଲ୍ଲାପାଳ ଅଫିସ୍ ଘେରାଓ କଲେ ଚାଷୀ
1 min read
ଆଓରି-ଭୁବନେଶ୍ଵର(୧୨/୦୭) : ଧାନ ମଣ୍ଡିରେ ପଡ଼ିରହୁଛି । ଫଳରେ ଅଭାବି ବିକ୍ରିର ଶିକାର ହେଉଛନ୍ତି ଚାଷୀ । ବର୍ଷାରେ ଓଦା ହୋଇ ବସ୍ତା ବସ୍ତା ଧାନ ଗଜା ହୋଇଗଲାଣି । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ଏହାକୁ ଅଣଦେଖା କରୁଛି । ଗତକାଲି ଜିଲ୍ଲାର ସମସ୍ତ ମଣ୍ଡୀର ଚାଷୀ ବେଲଟୁକୁରୀ ମଣ୍ଡୀରେ ଏକତ୍ରୀତ ହୋଇ ଚାଷୀ ପଦଯାତ୍ରା ଆରମ୍ଭ କରିଥିଲେ । ଆଜି ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଘେରାଓ କରିଥିଲେ । ଏହି ପଦଯାତ୍ରା ବେଲଟୁକୁରୀ ଠାରୁ ଆରମ୍ଭ ହୋଇ ନୂଆପଡ଼ା ମଣ୍ଡିରେ ପହଞ୍ଚି ଥିଲା ଏବଂ ଆସନ୍ତା ୧୩ ତାରିଖରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଚାଷୀ ସମାବେଶ କରାଯିବ।
ଚାଷୀ ଏକତା ମଞ୍ଚ ତରଫରୁ ପଦଯାତ୍ରା ଆରମ୍ଭ ହୋଇଛି । ନୂଆପଡ଼ା ଜିଲ୍ଲାରେ ଏବେ ମଧ୍ୟ ହଜାର ହଜାର କ୍ଵିଣ୍ଟାଲ୍ ଧାନ ବିଭିନ୍ନ ମଣ୍ଡିରେ ପଡ଼ିରହିଛି । ଫଳରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ବିଭାଗୀୟ ଅଧିକାରୀ ଓ ମିଲର୍ଷ ମାନଙ୍କ ମଧୁ ଚନ୍ଦ୍ରିକା ପାଇଁ ଆଜି ଚାଷୀମାନେ ହଇରାଣ ହେଉଛନ୍ତି । ଏବେ ମଧ୍ୟ ଖୋଲା ଆକାଶ ତଳେ ବିଭିନ୍ନ ମଣ୍ଡିରେ ଧାନ ପଡି ରହିଛି । ଆଜି ଚାଷୀ ପ୍ରତିବାଦ କରି ଶେଷରେ ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରି କରିବା ପାଇଁ ପଦଯାତ୍ରା ଆରମ୍ଭ କରିଛନ୍ତି ।