ଦୂରଦର୍ଶନର ବରିଷ୍ଠ ଆଙ୍କର ନୀଲମ ଶର୍ମାଙ୍କ ପରଲୋକ
1 min read
ଆଓରି-ନୂଆଦିଲ୍ଲୀ(୧୮/୦୮) : ଦୂରଦର୍ଶନର ବରିଷ୍ଠ ତଥା ପ୍ରଶିଦ୍ଧ ଆଙ୍କର ନୀଲମ ଶର୍ମାଙ୍କ ଆଜି ମୃତ୍ୟ ଘଟିଛି । ଦୂରଦର୍ଶନର ଅଧିକାରୀ ଏହା ଟୁଇଟ୍ କରି କହିଛନ୍ତି । ତେବେ ସୂଚନାଅନୁଯାୟୀ ନୀଲମ୍ କ୍ୟାନ୍ସର ରୋଗରେ ପୀଡିତ ଥିଲେ । ନୀଲମ ୧୧୯୫ ମସିହାରେ ଦୂରଦର୍ଶନରେ କ୍ୟାରିୟର ଆରମ୍ଭ କରିଥିଲେ । ଦୀର୍ଘ ସମୟ ଧରି ଦୂରଦର୍ଶନର ଆଙ୍କର ରହି ନୀଲମ୍ ଶର୍ମା ମାର୍ଚ୍ଚ ମାସରେ ‘ନାରୀ ଶକ୍ତି ସମ୍ମାନ’ରେ ସମ୍ମାନିତ ହୋଇଥିଲେ । ଦୂରଦର୍ଶନ ସହ ନିଜର ୨୦ବର୍ଷର କ୍ୟାରୟର ରେ ‘ତେଜସ୍ୱିନୀ’ ଏବଂ ‘ବଡ଼ୀ ଚର୍ଚ୍ଚା’ ସହିତ ଅନେକ ଲୋକପ୍ରିୟ କାର୍ଯ୍ୟକ୍ରମର ସଞ୍ଚାଳନା କରିଛନ୍ତି ।