April 20, 2024

ଭଉଣୀ ସହ ଦୁଷ୍କର୍ମ କରି ଦେହ ବ୍ୟବସାୟରେ ଲିପ୍ତ କରାଇଲା ଭାଇ

1 min read

NEW DELHI, INDIA FEBRUARY 11: Railway train engines on the tracks at New Delhi Station on February 11, 2013 in New Delhi, India. (Photo by Ramesh Pathania/Mint via Getty Images)

ଆଓରି-ମୁମ୍ବାଇ(୦୨/୦୭):ମୁମ୍ବାଇର ଜଣେ ୧୬ ବର୍ଷିୟା ନାବାଳିକା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତାଙ୍କର ଭାଇ ଓ ସାଙ୍ଗମାନେ ଦୁଷ୍କର୍ମ କରିଛନ୍ତି। ଖାଲି ସେତିକି ନୁହେଁ ଏହାପରେ ଭାଇ ତାଙ୍କୁ ଦେହ ବ୍ୟବସାୟରେ ଫସାଇ ଦେଇଛନ୍ତି। ପୀଡ଼ିତାଙ୍କ କହିବା ଅନୁଯାୟୀ ସେ ଗତ ୧୫ ମାସ ହେବ ଏଭଳି ଯନ୍ତ୍ରଣାଦାୟକ ପରିସ୍ଥିତି ମଧ୍ୟରେ ଗତି କରି ଆସୁଛନ୍ତି।

ନାବାଳିକା କିଶୋରୀ କହିଛନ୍ତିି ପ୍ରାୟ ୪ ବର୍ଷ ତଳେ ତାଙ୍କୁ ଏକ ପରିବାରର ମୁଖିଆ ନିଜର ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲେ। ତାଙ୍କର ପୁଅ ଓ ସାଙ୍ଗମାନେ ୨୦୧୭ରେ ପ୍ରଥମେ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ଦେହ ବ୍ୟବସାୟରେ ଫସାଇ ଦେଇଥିଲେ। ଏଥିରୁ ମୁକୁଳିବାଲାଗି ଡାକ୍ତରଙ୍କ ସହ ଆପଏଣ୍ଟମେଣ୍ଟ ଅଛି ବୋଲି କହି କୌଣସିମତେ ଖସି ଆସି ଥାନାରେ ଏଭଳି ଅଭିଯୋଗ ଆଣିଛନ୍ତି ପୀଡ଼ିତା।

ପୁଲିସ ଏହି ଘଟଣାର ତଦନ୍ତ କରି ପୋକ୍‌ସୋ ଓ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜ୍ଜୁ କରିଥିବା ଜଣାଯାଇଛି। ପୀଡ଼ିତା ଜଣକ ୭ ମାସର ଗର୍ଭବତୀ ବୋଲି ମଧ୍ୟ ପୁଲିସ ସୂଚନା ଦେଇଛି। ପୁଲିସ ମୁଖ୍ୟ ଅଭିଯୁକ୍ତ ଭାଇକୁ ଖୋଜୁଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.