ରଥଯାତ୍ରା ସମୟରେ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ଆପ୍ ଲଞ୍ଚ୍ କଲା ରେଳବାଇ
1 min read
ଆଓରି-ଭୁବନେଶ୍ୱର(୦୨/୦୭): ରଥଯାତ୍ରା ପାଇଁ ରେଳବାଇର ଭିନ୍ନ ପ୍ରୟାସ । ରଥଯାତ୍ରା ସମୟରେ ସବିଶେଷ ବିବରଣୀ ସହ ରେଳ ଚଳାଚଳ ସମୟର ସୂଚନା ପାଇବା ପାଇଁ ଖୁବ୍ ସହଜ କରି ଦେଇଛି ଇଷ୍ଟ କୋଷ୍ଟ ରେଲଓ୍ୱେ । ଏଥିପାଇଁ ରେଳବାଇ ପକ୍ଷରୁ ଏକ ଡିଜିଟାଲ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ରଥଯାତ୍ରା ସମୟର ସମ୍ପୂର୍ଣ୍ଣ ସୂଚନା ରହିବ । ଏହି ଆପ୍ ସାଧାରଣତଃ ପ୍ଲେ-ଷ୍ଟୋରରେ ଉପଲବ୍ଧ ହେବ । ଏହି ଆପ୍ଟି ECOR Yatra ନାଁରେ ସର୍ଚ୍ଚ କଲେ ପ୍ଲେ-ଷ୍ଟୋରରେ ମିଳିପାରିବ ।
ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଏହି ଆପ୍ ଦ୍ୱାରା ରଥଯାତ୍ରା ବେଳେ ପୁରୀକୁ ଆସୁଥିବା ତୀର୍ଥ ଯାତ୍ରୀ ଓ ଭକ୍ତମାନେ ବିଶେଷ ଉପକୃତ ହୋଇପାରିବେ । ପୂର୍ବତଟ ରେଳପଥ ପକ୍ଷରୁ ସେବା ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକ ସହିତ ନିୟମିତ ଚଳାଚଳ କରୁଥିବା ଟ୍ରେନ ଓ ଅନ୍ୟ ସୁବିଧା ଉପଲବ୍ଧ ପାଇଁ ଏହି ଆପ୍ ପ୍ରସ୍ତୁତ କରାଯାଇଛି ।
ତେବେ ରେଳବାଇର ସୂଚନା ଅନୁଯାୟୀ ଜୁଲାଇ 3 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ପୁରୀକୁ ୧୯୬ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯାଇଛି । ଆଇଆରସିଟିସି ପକ୍ଷରୁ ଟୁରିଜିମ, ରିଟାଏରିଂରୁମ, ମେଳା ସେଡ୍ର ଉପଲବ୍ଧ ସମ୍ବନ୍ଧରେ ଲଜିଙ୍ଗ୍ ବ୍ୟବସ୍ଥା ମଧ୍ୟ ରହିଛି । ଏଭଳି ଅନେକ ବ୍ୟବସ୍ଥାର ସବିଶେଷ ତଥ୍ୟ ECOR Yatra ଆପ୍ରେ ଉପଲବ୍ଧ ହେବ ।